ନନ୍ଦିଘୋଷ ଟିଭି ପ୍ରଭାବ: ଅଣ୍ଡା ଦୁର୍ନୀତିର ପର୍ଦ୍ଧାଫାସ ପରେ ବଦଳିଲେ ସିଡିପିଓ

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଅଣ୍ଡା ଦୁର୍ନୀତିକୁ ନେଇ  ଜିଲ୍ଲାପାଳଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ସିଡିପିଓ ଯଶୋବନ୍ତୀ ସାହୁଙ୍କୁ ବଦଳି କଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଣିକି ସିଡିପଓଙ୍କ ଦାୟିତ୍ୱରେ ରହିବେ ଦିଗପହଣ୍ଡି ବ୍ଲକ ଅଧିକାରୀ । ସମ୍ପୃକ୍ତ ସିଡିପିଓଙ୍କୁ ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟରେ ବଦଳି କରାଯାଇଛି ।

ଅଣ୍ଡା ଦୁର୍ନୀତି ଖବର ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଥିଲା । ପ୍ରସାରଣର କିଛି ଦିନପରେ ଘଟଣାର ତଦନ୍ତ କରି  ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ସରକାରୀ ନିୟମ ଅନୁସାରେ, ପଞ୍ଜୀକରଣ କରିବା ପରଠାରୁ ଶିଶୁ ଜନ୍ମର ୬ ମାସ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ମିଳିବା କଥା । ସେହିପରି ପ୍ରି- ସ୍କୁଲ ଶିଶୁଙ୍କୁ ମାସକୁ ୨୦ଟି ଅଣ୍ଡା ମିଳିବାର ନିୟମ ରହିଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ

ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ରନ୍ଧାଖାଦ୍ୟ ନଦେଇ ଚାଉଳ, ଡାଲି, ତେଲ ଓ ପରିବା ଦିଆଯିବା କଥା । ହେଲେ ଦିଗପହଣ୍ଡି ବ୍ଲକ୍‌ରେ ପଞ୍ଜୀକୃତ ମୃହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ବଦଳରେ ମିଳୁଛି ମାତ୍ର ୩ରୁ ୫ ଟି ଓ ପିଲାଙ୍କୁ ୨୦ଟି ଅଣ୍ଡା ବଦଳରେ ମାତ୍ର ୬ଟି ଅଣ୍ଡା ମିଳୁଥିବା ଅଭିଯ଼ୋଗ ହୋଇଥିଲା । ଖବର ପଦାକୁ ଆସିବା ପରେ ଗାଉଣ୍ଡ ଜିରୋକୁ ଯାଇ ଖବର ସଂଗ୍ରହ କରିଥିଲା ନନ୍ଦିଘୋଷ ଟିଭି । ଘଟଣାର ସତ୍ୟାସତ୍ୟକୁ ନେଇ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏନେଇ ଆଜି ଜିଲ୍ଲାପାଳ ଘଟଣାର ତଦନ୍ତ କରି ସିଡିପିଓଙ୍କୁ ବଦଳି କରିଛନ୍ତି ।

Leave a Reply