କରୋନା ସଂକ୍ରମଣ ପାଇଁ ମେ’ ୧୫ ଯାଏ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

Nandankanan Zoological Park To Closed Till 15th May For Corona

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ ମାମଲା । ଏହାକୁ ଦେଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ମେ’ ୧ରୁ ମେ’ ୧୫ ତାରିଖ ଯାଏ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ବନ୍ଦ ରହିବ ।

Nandankanan Zoological Park To Closed Till 15th May For Corona

ରାଜ୍ୟରେ ଏବେ ୬୧ ହଜାର ୬୯୮ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ମୋଟ ସଂକ୍ରମଣ ମାମଲା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି । ସେହିଭଳି ରାଜଧାନୀରେ ବିଏମସି ଅଞ୍ଚଳରେ ୬ ହଜାର ୯୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ମହାମାରୀର ଭୟାବହତାକୁ ଦେଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ମଧ୍ୟ ନନ୍ଦନକାନନ କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିଲା ।

Leave a Reply