‘ବିଶ୍ବ ବ୍ୟାଘ୍ର ଦିବସ’ରେ ନନ୍ଦନକାନନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ପାଳିତ ହେଉଛି ‘ବିଶ୍ବ ବ୍ୟାଘ୍ର ଦିବସ’। ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ବର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି।
ଶିକାରୀଙ୍କୁ ରୋକିବା ସହିତ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ରକ୍ଷା ପାଇଁ ବାଘର ଉପସ୍ଥିତିର ଆବଶ୍ୟକତା ରହିଛି। ଏଣୁ ଜଙ୍ଗଲ କ୍ଷୟକୁ ରୋକାଯାଇ ବାଘଙ୍କ ବଂଶ କିଭଳି ବୃଦ୍ଧି କରାଯାଇପାରିବ ତାହା ଉପରେ ଆଲୋଚନା କରାଯାଉଛି।
ତେବେ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନନ୍ଦନକାନନରେ ଏବେ ତିନି ପ୍ରଜାତିର ମୋଟ ୨୭ଟି ବାଘ ଅଛନ୍ତି ।