spot_img

Latest Posts

ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମୁକ୍ତାକାଶ ରଂଗମଂଚର ତୃତୀୟ ଦିନରେ ନନ୍ଦୋତ୍ସବ ଆୟୋଜନ

ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମୁକ୍ତାକାଶ ରଂଗମଂଚର ତୃତୀୟ ଦିନରେ ନନ୍ଦୋତ୍ସବର ଆୟୋଜନ। କୃଷ୍ଣ ଜନ୍ମ ପରେ ଉତ୍ସବ ମୁଖର ଗୋପପୁର। ନନ୍ଦରାଜା ଓ ନନ୍ଦରାଣୀ ସନ୍ତାନ ପାଇବା ଖୁସୀରେ ଆତ୍ମବିଭୋର ହୋଇଥିଲେ। ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳି ଝୁଲା ସହ ରାସନୃତ୍ୟରେ ମାତିଥିଲେ । କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହେବା ସହ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନରେ ଉଛୁଳିପଡୁଥିବାବେଳେ ଗୋପପୁରରେ  ନନ୍ଦ ଦରବାର ଉଦଘାଟନ କରାଯାଇଥିଲା ।

ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି  ଚାଲିଛି । ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ମହାରାଜ କଂସଙ୍କୁ ସୂଚନା ମିଳିଥିଲା । ଏହାପରେ  କାରାଗୃହକୁ ଯାଇ ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କୋଳରୁ ଛଡ଼ାଇ ଆଣିଥିଲେ କଂସ । ବିଜୁଳି କନ୍ୟାଙ୍କୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅନ୍ତର୍ଦ୍ଧାନ ହୋଇଥିଲେ ବିଜୁଳି କନ୍ୟା । ଶୂନ୍ୟରେ ଆବିର୍ଭାବ ହୋଇ ମୃତ୍ୟୁର ଦୈବବାଣୀ ଶୁଣାଇଥିଲେ । ବ୍ୟସ୍ତ ବିବ୍ରତ ହୋଇ ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଥିଲେ ମହାରାଜ କଂସ । ନାରଦ ପହଞ୍ଚି ବୀଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଷଢ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ ପ୍ରେରଣ କରିଛନ୍ତି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ମହାରାଜ କଂସ  ।

ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ ମଥୁରା ଠାରେ ବାଣାସୁର ପରାଜୟ, ଷଢ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସର ଶୋକ କାର୍ଯ୍ୟକ୍ରମ ରହିଛି। ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପ୍ରସ୍ତୁତି , କଂସଙ୍କ ଦ୍ଵାରା ମୁକ୍ତେଶ୍ଵର ବାବାଙ୍କ ରୁଦ୍ରାଭିଷେକ ଦୃଶ୍ୟ ଅଭିନୀତ ହେବାକୁ ଥିବା ବେଳେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ପୁତନା, ବକା, ସକଟା, ତୃଣା, ଧେନୁ, ଷଣ୍ଢlସୁର ଆଦିଙ୍କୁ ବଧ ଓ ନନ୍ଦୋତ୍ସବର ଦୃଶ୍ୟ ଅଭିନୀତ ହେବ।

Latest Posts

Don't Miss