spot_img

Latest Posts

ଅଭିନେତ୍ରୀ ବର୍ଷାଙ୍କ ସହ ଭଜନରେ ଝୁମିଲେ ଦିବ୍ୟାଙ୍ଗ

ଭୁବନେଶ୍ୱର: କିଛି ଦିନ ପୂର୍ବେ, କୋରାପୁଟ କୁଇ ସମାଜର ଝିଅ ନମିତାଙ୍କ ଗୀତ ଗଣମାଧ୍ୟମରେ ବହୁତ ଭାଇରାଲ ହୋଇଥିଲା। ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହା ପରେ ତାଙ୍କୁ ଡକରା ପଡ଼ିଥିଲା ସିଲଭର୍‌ ସିଟି କଟକରୁ। ସେଠାରେ ତାଙ୍କ କଣ୍ଠରେ ରେକର୍ଡିଂ ହେଲା କାଳିଆ ଭଜନ। ଆଉ ଏହି ଭଜନର ଏକ ନିଆରା ଭିଡିଓ ତିଆରି କରାଇଛନ୍ତି ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ। ଯାହାକି ଆସନ୍ତା କାଲି ବିଶ୍ୱ ବ୍ରେଲି ଦିବସ ଅବସରରେ ଲଞ୍ଚ ହେବ।

 

ଓଡିଶାର ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଓଡି ବାବା ମ୍ୟୁଜିକ ଷ୍ଟୁଡିଓଜର ପ୍ରଯୋଜନାରେ ନିର୍ମିତ ଏହି ଗୀତ ଟି ନିଶ୍ଚିତ ଭାବରେ ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ଓ ଏସିଡ ପିଡୀତାଙ୍କ ମନରେ ଉତ୍ସାହ ଭରିଦେବ ବୋଲି ମତପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

୧୪ ବର୍ଷୀୟା ନମିତାଙ୍କ ଏହି ଭଜନର ଭିଡିଓରେ ଦେଖିବାକୁ ମିଳିବ ଓଲିଉଡ କ୍ୱିନ ବର୍ଷାଙ୍କୁ। ଭିଡିଓର ବିଶେଷତ୍ୱ ହେଉଛି ଏଥିରେ ଏସିଡ ପୀଡ଼ିତା ପ୍ରମୋଦିନି, ଦୁଷ୍ଟିବାଧିତ ଓ ଦିବ୍ୟାଙ୍ଗ ମାନଙ୍କୁ ନେଇ ପ୍ରସ୍ତୁତ ହୋଇଛି। ଏହାର ଆଉ ଏକ ବିଶେଷତ୍ତୱ ହେଉଛି ଗୀତରେ ସମସ୍ତ କଳାକାର ସମ୍ବଲପୁରୀ ଫୋଷାକ ପରିଧାନ କରିଛନ୍ତି। ଏଥସହ ଓଡ଼ି ସଂସ୍କୃତି ଓ ପରମ୍ପରାର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଆସନ୍ତାକାଲି ଜାନୁଆରୀ ୪ ତାରିଖ ସୋମବାର, ସକାଳ ୮ଟା ବେଳେ ନନ୍ଦିଘୋଷ ଟିଭିରେ ଏହାକୁ ଲଞ୍ଚ କରାଯିବ।

ମ୍ୟୁଜିକ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନା ଏବଂ ଓଡ଼ିବାବା ବ୍ୟାନରରେ ପ୍ରଜୋଜିତ ଏହି ଗୀତର ଭିଡିଓରେ ସନ୍ଧ୍ୟାରାଣୀ, ଆଶା ବାହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନି ରାହୁଳ, ଦିପା ସାହା, ଭାସ୍କର ସାହା ପ୍ରଭୃତି ଅଭିନୟ କରିଛନ୍ତି। ଆଉ ଏଥିରେ ଗେଷ୍ଟ ଅପିୟରାନ୍ସ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଭିଡିଓକୁ କୋରିଓଗ୍ରାଫ କରିଛନ୍ତି ଦେବାଶୀଷ ସାହୁ। ଗୀତଟିର ଶବ୍ଦ ସଂଯୋଜନା କରିଛନ୍ତି ବିଜୟ ମଲ୍ଲ। ଆସନ୍ତା କାଲି ସକାଳ ୮ଟାରେ ନନ୍ଦିଘୋଷ ଟିଭିର ପ୍ରଣାମ ଓଡ଼ିଶା କାର୍ଯ୍ୟକ୍ରମରେ ବର୍ଷା ନିଜେ ଏହାକୁ ଲୋକାର୍ପିତ କରିବେ।

Latest Posts

Don't Miss