ନାମ ଫଳକ ବିବାଦ: ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ବର: ଉତ୍ତରପ୍ରଦେଶ କାଉଡିଆ ଯାତ୍ରାରେ ନାମଫଳକ ବିବାଦ । ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡିର ଟାର୍ଗେଟ । ଯୋଗୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରତାପ ଜେନା । ଶାନ୍ତି ବଦଳରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ କରାଯାଉଥିବା କହିଛନ୍ତି ପ୍ରତାପ ।
ଆଗକୁ ସେ କହିଛନ୍ତି, ନାମ ଫଳକ ବ୍ଯକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରୁଛି । ଶ୍ରାବଣ ମାସରେ ଶାନ୍ତି ଓ ଏକତା ପାଇଁ ଉଦ୍ଯମ ହେବା ଉଚିତ । ଏଭଳି ନୀତି ଦ୍ଵାରା ସାମ୍ପ୍ରଦାୟିକ ଉତ୍ତେଜନାର ଭୟ ରହିଛି । ଏହା ନକରି ସ୍ଵାସ୍ଥ୍ଯ, ଶିକ୍ଷା ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦିଅନ୍ତୁ ୟୁପି ସରକାର । ବିଭାଜନକାରୀ ନୀତି ନଆପଣାନ୍ତୁ ଯୋଗୀ ଆଦିତ୍ୟନାଥ ।
ସୂଚନାଯୋଗ୍ୟ, କାଉଡିଆ ଯାତ୍ରା ଯାଉଥିବା ରୁଟରେ ସମସ୍ତ ଦୋକାନୀ ନିଜ ନାମ ଫଳକ ଟାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ଆଦିତ୍ୟନାଥ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।