ପୁଅର ଶ୍ରାଦ୍ଧବାର୍ଷିକୀ ପୂର୍ବଦିନ ପୁଣି ଏକ ପୁଅକୁ ଜନ୍ମଦେଲେ ୫୩ ବର୍ଷୀୟ ମା’, କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ

1 min read

ନାଗପୁର: ବିଶ୍ୱବ୍ୟାପୀ କରୋନା ମହାମାରୀ ଏ ବିଶ୍ୱକୁ କେବଳ ଦୁଃଖ ହିଁ ଦୁଃଖ ଦେଇଛି । ଗୁରୁବାର, ୫୩ ବର୍ଷୀୟ ମନ୍ଦାକିନୀ ମଙ୍କେ ତାଙ୍କ ୨୭ ବର୍ଷ ପୁଅ ଅକ୍ଷୟର ଶ୍ରାଦ୍ଧ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅକ୍ଷୟ ଗତବର୍ଷ କୋଭିଡରେ ସବୁଦିନ ପାଇଁ ଆକି ବୁଜିଥିଲେ । ନବ- ଜାତ ପୁଅର ନା ମଧ୍ୟ ମନ୍ଦାକିନୀ ଅକ୍ଷୟ ବୋଲି ରଖିଛନ୍ତି ।

ଡାକ୍ତରଙ୍କ କହିବା ହେଉଛି ୫୩ ବର୍ଷରେ ଯଦି ମନ୍ଦାକିନୀ ଏକ ସୁସ୍ଥ ସନ୍ତାନ ଜନ୍ମ ଦେଇଛନ୍ତି ତାହା କେବଳ ଔଷଧ ପାଇଁ ସମ୍ଭବ ହୋଇଛି ।  କିନ୍ତୁ ବାସ୍ତବ ଶ୍ରେୟ ମନ୍ଦାକିନୀଙ୍କ ଇଛା ଏବଂ ଆତ୍ମବିଶ୍ୱାସକୁ ହିଁ ଯିବ ।

ଗତବର୍ଷ ଏପ୍ରିଲ ୧୫ରେ ୨୭ ବର୍ଷର ପୁଅ ଅକ୍ଷୟଙ୍କୁ ହରାଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ମନ୍ଦାକିନୀ । ମନ୍ଦାକିନୀଙ୍କ ସ୍ୱାମୀ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡ଼ିତ ଥିଲେ । ମନ୍ଦାକିନୀଙ୍କ ପାଇଁ ଗର୍ଭଧାରଣ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା ।  କିନ୍ତୁ ଡାକ୍ତରଙ୍କ ସହ କଥା ହେବାପରେ ଅସମ୍ଭବ ସମ୍ଭବ ହୋଇଥିଲା । ମନ୍ଦାକିନୀଙ୍କ ଆତ୍ମବିଶ୍ୱାସ ଏବଂ ଦୃଢ଼ ଇଛାଶକ୍ତି ସେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିଲା । କିନ୍ତୁ ଛୁଆକୁ ଏପ୍ରିଲ ମାସ ପୂର୍ବରୁ ଜନ୍ମ ଦେବାକୁ ସ୍ଥିର କରିସାରିଥିଲେ ମନ୍ଦାକିନୀ । ଯାହା ଡାକ୍ତର ବୁଝିପାରିନଥିଲେ । କିନ୍ତୁ ଏପ୍ରିଲ ୧୪ରେ ସର୍ଜିକାଲ ଡେଲିଭରି କରିବା ପାଇଁ ମନ୍ଦାକିନୀ ଏବଂ ତାଙ୍କ ପତି ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।  ତେବେ ବାସ୍ତବ କାରଣ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ମନ୍ଦାକିନୀଙ୍କ ୭୮ ବର୍ଷୀୟ ମା’ଙ୍କ କହିବା ହେଉଛି, ନବଜାତ ପୁତ୍ର ସନ୍ତାନ ଅବିକଳ ଅକ୍ଷୟଙ୍କ ଭଳି ଦେଖାଯାଉଛନ୍ତି । ଯଦି ଜଣେ ମା’ ଚାହେଁ ସବୁକିଛି ବଦଳାଇ ଦେଇପାରେ ।  ମନ୍ଦାକିନୀ ମଧ୍ୟ ତାହା କରି ଦେଖାଇଛନ୍ତି ।