ପାହାଡ଼ ସାରା ଖାଲି ହୀରା, ଖବର ପାଇ ଗାଁ ଲୋକ ଖୋଳିବା ଆରମ୍ଭ କଲେ !

Diamond In Nagaland

କୋହିମା: ପାହାଡ଼ ସାରା ଖାଲି ହୀରା । ଏଭଳି ଖବର ଏବେ ଲୋକଙ୍କ ଭିତରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଗାଁ ସାରା ଲୋକ ଲାଗିଛନ୍ତି ହୀରା ଖୋଜିବାରେ । ଘଟଣା ସାମ୍ନାକୁ ଆସିଛି ନାଗାଲାଣ୍ଡରୁ । ଏଠାରେ ଏକ ପାହାଡ଼ରେ ହୀରା ଭର୍ତ୍ତିଥିବା କଥା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।  ପାହାଡ଼ରେ ଲୋକମାନେ ହୀରା ଖୋଜୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇଛନ୍ତି । ଏମିତିକି ସରକାରଙ୍କ ପକ୍ଷରୁ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ଭୁବିଜ୍ଞାନୀ ଓ ଖନନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ଆରମ୍ଭ କରିବାର ସୂଚନା ମିଳିଛି ।

diamond on a rock

ନାଗାଲାଣ୍ଡର ମୋନ ଜିଲ୍ଲାର ୱାନଚିଂ ଗ୍ରାମବାସୀଙ୍କ ଭିଡିଓ ଭାଇରାଲ ହୋଇଛି । ଗାଁର ଏକ ପାହାଡ଼ରେ ହୀରା ମିଳିଥିବା କଥା ଲୋକଙ୍କ ମଧ୍ୟରେ ନିଆଁ ଭଳି ବ୍ୟାପିଥିଲା । ଫଳରେ ଅନେକ ସଂଖ୍ୟାରେ ଲୋକ ପାହାଡ଼କୁ ଆସି ଖୋଦେଇ ଆରମ୍ଭ କରିଥିଲେ । ତେବେ ବିଭାଗୀୟ ନିର୍ଦ୍ଦେଶକ ଏସ୍‌ ମାନେନ ଏହି ଘଟଣାର ଯାଞ୍ଚ କରାଯିବ ଏବଂ ଏହାର ରିପୋର୍ଟ ଖୁବ ଶୀଘ୍ର ସରକାରଙ୍କ ନିକଟରେ ଦାଖଲ କରିବାକୁ ଚେଷ୍ଟା କରାଯିବ ।

Diamond In Nagaland

ଏନେଇ ମୋନ ଅଞ୍ଚଳର ଡେପୁଟି କମିଶନର ଥାଭସେଲନନ କହିଛନ୍ତି ଯେ, ଏହା ଏକ ସପ୍ତାହ ପୂର୍ବର ଘଟଣା । ଜଙ୍ଗଲରେ କାମ କରୁଥିବାବେଳେ କିଛି ଗ୍ରାମବାସୀଙ୍କୁ କ୍ରିଷ୍ଟାଲ ଭଳି ପଥର ମିଳିଥିଲା । ପରେ ଗାଁ ଲୋକଙ୍କୁ ମିଥ୍ୟା ପ୍ରଚାର କରି ଏହା ହୀରା ବୋଲି କୁହାଯାଇଥିଲା । ତେବେ ସରକାରୀ ଅଧିକାରୀ ଏହି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଶେଷଜ୍ଞଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କ୍ରିଷ୍ଟାଲ ଭଳି ଦିଶୁଥିବା ଏହି ପଥର ଗୁଡ଼ିକ ମଧ୍ୟ ଅତି ମୂଲ୍ୟବାନ ।

Diamond In Nagaland

Leave a Reply