ଦେଶର କରୋନା ମୁକ୍ତ ରାଜ୍ୟ ହେଲା ନାଗାଲାଣ୍ଡ

ନାଗାଲାଣ୍ଡ: କରୋନା ମୁକ୍ତ ହେଲା ନାଗାଲାଣ୍ଡ । ଗତକାଲି ରାଜ୍ୟର ଏକ ମାତ୍ର କୋଭିଡ ସଂକ୍ରମିତ ସୁସ୍ଥ ହେବା ପରେ କୋଭିଡ ଶୂନ୍ୟ ହୋଇଛି ରାଜ୍ୟ । ସୁସ୍ଥ ହୋଇଥିବା ରୋଗୀ ଜଣଙ୍କ ଦିମାପୁର ଜିଲ୍ଲାର ହୋଇଥିବା ବେଳେ ସେ ସୁସ୍ଥ ହେବା ସହ ରାଜ୍ୟ ସମ୍ପୂ୍ଣ୍ଣ କରୋନା ମୁକ୍ତ ହୋଇଥିବା ବରିଷ୍ଠ ଚିକିତ୍ସକଙ୍କ ପକ୍ଷରୁ କୁହାଯାଇଛି ।

ନାଗାଲାଣ୍ଡରେ ୨୦୨୦ ମସିହା ମେ’ ୨୫ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା ପୂର୍ବରୁ ୩ କରୋନା ସଂକ୍ରମିତ ଚେନ୍ନାଇରୁ ଫେରିଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରେ କରୋନା ସଂକ୍ରମଣ ବଢାଇ ଦେଇଥିଲେ । ଦୁଇ ବର୍ଷ ମହାମାରୀ ପ୍ରକୋପରେ ପ୍ରାୟ ୩୩ ହଜାର ୪୮୮ ଲୋକ କରୋନା ସଂକ୍ରମିତ ହୋଇଥିଲେ । ସେଥିମଧ୍ୟରୁ ୩୩ହଜାର ୨୪୪ଜଣ ସୁସ୍ଥ ହୋଇଥିବା ବେଳେ ୭୬୦ ଜଣ ଜୀବନ ହରାଇଥିଲେ । ନାଗାଲାଣ୍ଡରେ ୯୩.୬୮ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ନାଗାଲାଣ୍ଡରେ ଏଯାବତ୍ ୪ଲକ୍ଷ ୭୧ହଜାର ୪୭୯ ନମୂନା ଟେଷ୍ଟିଂ ସରିଥିବା ବେଳେ ୧୬.୧୬ଲକ୍ଷ କୋଭିଡ ଡୋଜ୍ ଦିଆସରିଛି ।

ଏଥିସହିତ ପଢ଼ନ୍ତୁ: ତିନି ମାସରେ ଯୁଦ୍ଧ: ଋଷର ଅନେକ ମିଲିଟାରୀ ୟୁନିଟକୁ ଧ୍ୱଂସ କରିଛି ୟୁକ୍ରେନ ସୈନ୍ୟ