ଫାୟାରିଂରେ ୧୩ ଜଣଙ୍କ ମୃତ୍ୟୁ, ସୁରକ୍ଷାକର୍ମୀଙ୍କ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

Nagaland Firing Multiple Deaths Mon District Oting

କୋହିମା: ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ହିଂସା । ଗୁଳିମାଡ଼ରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ । ଫାୟାରିଂରେ ୧୩ ଜଣଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକ ସୁରକ୍ଷାକର୍ମୀଙ୍କ ଗାଡ଼ି ଜାଳି ଦେଇଛନ୍ତି । ନାଗାଲାଣ୍ଡ ଜିଲ୍ଲାର ମୋନ ଜିଲ୍ଲାର ଓଟିଙ୍ଗରେ ଏଭଳି ହିଂସା ଘଟିଛି । ହିଂସା ପରେ ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନୋଫିୟୋ ରିୟୋ ।

ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ହିଂସାରେ ଆହାତ ଲୋକଙ୍କ ସୁସ୍ଥତା କାମନା କରିଛନ୍ତି । ହିଂସାକୁ ନିନ୍ଦା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଜଣାଇଛନ୍ତି ସମବେଦନା । ଦେଶର ଆଇନ୍ ଅନୁସାରେ ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିବା ସହ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଛନ୍ତି ।

ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ମୋନ ଜିଲ୍ଲାର ଓଟିଙ୍ଗର ତିରୁ ଗାଁରେ ଏହି ହିଂସା ହୋଇଛି । ଫାୟାରିଂରେ ମୃତ୍ୟୁବରଣ କରିଥିବା ଲୋକ ଏକ ମିନି ପିକଅପରେ ଗାଁକୁ ଫେରୁଥିଲେ । ଘରକୁ ନ ଫେରିବାରୁ ଗ୍ରାମବାସୀ ଖୋଜିବା ଆରମ୍ଭ କରିଥିଲେ, ଆଉ ମୃତଦେହ ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।

Leave a Reply