କମ ଦାମ୍ରେ ପିଆଜ କିଣିବାକୁ ଆସି ଅଧିକ ଦରରେ କିଣିଲେ ବୁଟଡାଲି

ଭୁବନେଶ୍ବର: ପିଆଜ ଦେଖାଇ ବୁଟ ଡାଲି ବିକିଲା ନାଫେଡ । ଭୁବନେଶ୍ବରର ଆଇଜି ପାର୍କ ପାଖରେ ଏପରି ଦେଖିବାକୁ ମିଳିଛି । ନାଫେଡ ପକ୍ଷରୁ ପିଆଜ ଓ ବୁଟ ଡାଲି ବିକ୍ରି ପାଇଁ ଦୁଇଟି ଗାଡ଼ି ଲାଗିଥିଲା । ପିଆଜ କିଲୋ ପିଛା ୨୫ ଟଙ୍କା ଓ ବୁଟ ଡାଲି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ପାଇଁ ଆସି ଗାଡି ପହଞ୍ଚିଥିଲା । ପିଆଜ ପାଇଁ ଲୋକଙ୍କ ଭିଡ଼ ଲାଗିବା ପରେ ମାତ୍ର ଅଳ୍ପ ପିଆଜ ବିକ୍ରି କରି ଆଇଜି ପାର୍କ ପାଖରେ ପିଆଜ ଗାଡି କେଉଁଆଡେ ଚାଲିଯାଇଥିଲା ।
ହେଲେ ପିଆଜ ପାଇଁ ଆସିଥିବା ଲୋକେ ପିଆଜ ନପାଇ ବୁଟ ଡାଲି କିଣି ନେଇଥିଲେ । ପିଆଜ କିଣିବାକୁ ଆସି ଲୋକେ ନିରାଶ ହୋଇ ଶେଷରେ ବୁଟ ଡାଲି କିଣି ନେଇଥିଲେ । ବୁଟ ଡାଲିର ବଜାର ଦର ନାଫେଡ୍ ଦର ଠାରୁ କମ ଥିବା ଲୋକେ ଅଭିଯୋଗ କରିଛନ୍ତି ।