ଚଳିତ ଆର୍ଥିକ ବର୍ଷରେ ୧.୨୦ ଲକ୍ଷ କୋଟି ଟଙ୍କା କୃଷି ଋଣ ଦେବ ନାବାର୍ଡ
1 min readନୂଆଦିଲ୍ଲୀ: କରୋନା ସଂକଟ ଭିତରେ କୃଷି କ୍ଷେତ୍ରକୁ ସହାୟତା ଦେବା ପାଇଁ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଚଳିତ ଆର୍ଥିକ ବର୍ଷରେ ୧.୨୦ ଲକ୍ଷ କୋଟି ଟଙ୍କା ଫସଲ ଋଣ ଦେବ । ଏହାଦ୍ୱାରା କୃଷକ ଫସଲ ଉତ୍ପାଦନ ସହ ଜଡ଼ିତ ବ୍ୟୟ ପୂରା କରିପାରିବେ ବୋଲି ବ୍ୟାଙ୍କ କହିଛି । ଦେଶର ସର୍ବୋଚ୍ଚ କୃଷି ଆର୍ଥିକ ପ୍ରତିଷ୍ଠାନ ପ୍ରତିବର୍ଷ ୯୦ ହଜାର କୋଟି ଟଙ୍କାର ଫସଲ ଋଣ ସୁଧ ହାରରେ ଦେଇଥାଏ ।
ନାବାର୍ଡ ଅଧ୍ୟକ୍ଷ କହିଛନ୍ତି- ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ୧.୨୦ ଲକ୍ଷ କୋଟି ଟଙ୍କା କୃଷି ଋଣ ପ୍ରଦାନ କରିବ । ଏଥିରେ ୪୦ ହଜାର କୋଟି ମୂଲ୍ୟର ଋଣ ବ୍ୟାଙ୍କ ପୂର୍ବରୁ ବାଣ୍ଟି ସାରିଛି । ଭାରତୀୟ ଉଦ୍ୟୋଗ ପରିଷଦ (CII)ର ଏକ କାର୍ଯ୍ୟକ୍ରମରେ ନାବାର୍ଡ ଅଧ୍ୟକ୍ଷ କହିଛନ୍ତି- ମହାମାରୀ ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ।
ଏଭଳି ପରିସ୍ଥିତିରେ, ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍ ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସହାୟତାରେ ଏହା ଏହି ଅଞ୍ଚଳର ଭିତ୍ତିଭୂମିକୁ ମଜଭୁତ କରିବ । ନାବାର୍ଡ ଏକ ବୟାନରେ କହିଛି- ଯୋଜନା ପ୍ରକାରେ ୧୦ ହଜାର କୋଟି ଟଙ୍କ ଚଳିତ ଆର୍ଥିକ ବର୍ଷ ଓ ଆଗାମୀ ତିନ ବର୍ଷ ଯାଏଁ ପ୍ରତିବର୍ଷ ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।