ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ
1 min readଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନାବାର୍ଡ ଅଧ୍ୟକ୍ଷ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି । ଦାରିଦ୍ର୍ୟ ଦୂରୀକରଣ ସହ ଗ୍ରାମୀଣ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
Chairman of NABARD Dr. G.R. Chintala today called on Hon’ble Chief Minister Sri Naveen Patnaik and discussed on issues for strengthening rural infrastructure. During the discussion, CM highlighted efforts of the State Govt to reduce poverty & infra development in rural sector. pic.twitter.com/u6nIa9gjcV
— I & PR Department, Odisha (@IPR_Odisha) September 16, 2021
ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ପାଇଁ ନାବାର୍ଡ ଆରଆଇଡିଏଫ୍ ଓ ଏଲଟିଏଫ୍ ଜରିଆରେ ସ୍ୱଳ୍ପ ସୁଧରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିସହ ନୂଆ କରି ଆରମ୍ଭ ହୋଇଥିବା ଆରଆଇଏଏସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ରାସ୍ତା, ପୋଲ ଓ ଇନ୍-ଷ୍ଟ୍ରିମ୍ ଷ୍ଟରେଜ ଷ୍ଟ୍ରକ୍ଚର ଭଳି ପ୍ରକଳ୍ପ ପାଇଁ ପାଣ୍ଠି ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ନାବାର୍ଡ ଆରଆଇଡିଏଫ୍ ସହାୟତା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି ସୁଦୃଢ଼ ଓ ଜୀବନଜୀବିକା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଚିନ୍ତଲା ପ୍ରଶଂସା କରିଛନ୍ତି । ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଏବଂ ନାବାର୍ଡର ଅଧିକାରୀ ଉପସ୍ଥିତ ଥିଲେ । ପରେ ନାବାର୍ଡ ଅଧ୍ୟକ୍ଷ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।