ଆଜିଠୁ ନବରାତ୍ରୀ, ଉଗ୍ରତାରା ବେଶରେ ଦର୍ଶନ ଦେବେ ମା’ ଚଣ୍ଡୀ

Cuttack Chandi

କଟକ: ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା । ମାଆଙ୍କ ଷୋଡଶ ଉପଚାର ପୂଜା କ୍ରମରେ ନବରାତ୍ର ପୂଜା ଆରମ୍ଭ ହେଉଛି । ଦେଶର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେଉଛି ମାଆ ଜଗତ ଜନନୀଙ୍କ ପୂଜା । ସେପଟେ ନବରାତ୍ର ପୂଜାର ପ୍ରଥମ ଦିନରେ କଟକରେ ଉଗ୍ରତାରା ବେଶରେ ଦର୍ଶନ ଦେବେ ମାଆ ଚଣ୍ଡୀ ।

Cuttack Chandi

କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ବିଧି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା ଓ ବେଶ କରାଯାଉଛି । ଚଳିତ ବର୍ଷ ବିନା ଆଡମ୍ବରରେ ମାଆଙ୍କ ପୂଜା କରିବାକୁ ଅନୁମତି ଦିଆଯାଇଛି । ନିର୍ଦ୍ଧାରିତ ମୂର୍ତ୍ତି ଉଚ୍ଚତା ସହିତ ଅଳ୍ପ ସଂଖ୍ୟକ ଲୋକରେ କେବଳ ବିଧି ରକ୍ଷାକରିବାକୁ ଅନୁଷ୍ଠିତ ହେଉଛି ପୂଜା । ମାଆଙ୍କ ପୂଜା ଆରମ୍ଭ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଗତ ଜନନୀ ମାଆ ଜଗଦମ୍ବା ସମସ୍ତଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଭରିଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।

Cuttack Chandi

ସେହିଭଳି ଆଉ କିଛି ଦିନ ପରେ ଦୁର୍ଗା ପୂଜା । ଧରାପୃଷ୍ଠକୁ ଅବତରଣ କରତିବେ ମା’ ଜଗତଜନନୀ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମା’ଙ୍କ ପୂଜା କରିବା ସହ ମା’ଙ୍କ ମୂର୍ତ୍ତିକୁ ୪ ଫୁଟର ଉଚ୍ଚତା କରିବାକୁ ପ୍ରଶାସନର ନିର୍ଦ୍ଦେଶ ରହିଛି । ହେଲେ ପ୍ରଶାସନର ଏହି ନିଷ୍ପତ୍ତିକୁ ଭଦ୍ରକର କିଛି ପୂଜା କମିଟି ସଦସ୍ୟ ସ୍ୱାଗତ କରିଥିବା ବେଳେ କିଛି ଏହି କଟକଣାକୁ ନାପସନ୍ଦ କରିଛନ୍ତି ।

Leave a Reply