କେବେଠୁ ଆରମ୍ଭ ହେଉଛି ନବରାତ୍ରୀ ? ଜାଣନ୍ତୁ ଚୌକି ସ୍ଥାପନ ଠାରୁ ଆରମ୍ଭ କରି ନବମୀ ପୂଜା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ

1 min read

ପିତୃପକ୍ଷ ସରିବା ସହିତ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଥାଏ । କିନ୍ତୁ ଚଳିତ ବର୍ଷ ଏପରି ହୋଇନାହିଁ । ସେପ୍ଟେମ୍ବର ୧୭ ତାରିଖ ଦିନ ଶ୍ରାଦ୍ଧ ଅମାବାସ୍ୟା ପରେ ପିତୃପକ୍ଷ ସମାପ୍ତ ହୋଇସାରିଛି । କିନ୍ତୁ ହିନ୍ଦୁ ପଞ୍ଚାଙ୍ଗ ମୁତାବକ ଚଳିତ ବର୍ଷ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଦୁର୍ଗାପୂଜା ହେବ । ଏହି ଅବସରରେ ମାଆ ଦୁର୍ଗାଙ୍କୁ ନଅ ଦିନ ଯାଏଁ ନଅ ରୂପରେ ପୂଜା କରାଯାଏ । ନବରାତ୍ରୀ ବିଳମ୍ବରେ ଆରମ୍ଭ ହେଉଥିବାରୁ ସମ୍ପୂର୍ଣ୍ଣ ୯ ଦିନର ସୂଚନା ନିମ୍ନରେ ପ୍ରଦାନ କରାଯାଇଛି ।

କାହିଁକି ବିଳମ୍ବରେ ଆରମ୍ଭ ହେଉଛି ନବରାତ୍ରୀ

ଜ୍ୟୋତିଷଙ୍କ ମୁତାବକ, ଶ୍ରାଦ୍ଧ ଅମାବାସ୍ୟା ପରେ ଅଧିମାସ ଲାଗୁ ହେବାରୁ ନବରାତ୍ରୀ ଏକ ମାସ ବିଳମ୍ବରେ ଆରମ୍ଭ ହେଉଛି । ଅଧିମାସ କାରଣରୁ ନବରାତ୍ରୀ ସହିତ ଦଶହରା ଏବଂ ଦିପାବଳୀ ମଧ୍ୟ ବିଳମ୍ବରେ ଅନୁଷ୍ଠିତ ହେବ । ନଭେମ୍ବର ୨୫ରେ ଦେବଉଠାଣୀ ଏକାଦଶୀ ଅନୁଷ୍ଠିତ ହେବ ଏହା ସହିତ ଚତୁର୍ମାସ ସମାପ୍ତ ହେବ । ଏହା ପରେ ବିବାହ, ବ୍ରତଘର ଭଳି ମଙ୍ଗଳ କାର୍ଯ୍ୟ ଆରମ୍ଭ ହେବ ।

ଅଧିମାସ କଣ ?

ହିନ୍ଦୁ ପଞ୍ଚାଙ୍ଗରେ ୧୨ଟି ମାସ ଥାଏ । ଏହା ସୂର୍ଯ୍ୟଙ୍କ ସଂକ୍ରାନ୍ତି ଏବଂ ଚନ୍ଦ୍ରଙ୍କ ଉପରେ ଆଧିରିତ ଥାଏ । ପ୍ରତି ବର୍ଷ ସୂର୍ଯ୍ୟ ଏବଂ ଚନ୍ଦ୍ର ମାସରେ ପ୍ରାୟ ୧୧ ଦିନର ଅନ୍ତର ଆସିଯାଏ । ଏହି ଅନ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତି ତିନ ବର୍ଷକୁ ଥରେ ଏକ ମାସ ଅଧିକ ବଢ଼ିଥାଏ । ଯାହାକୁ ଅଧିମାସ କୁହାଯାଏ । ଅଧିମାସରେ ଶୁଭକାର୍ଯ୍ୟ କରିବା ପାଇଁ ବାରଣ କରାଯାଇଥାଏ ।

ଶାରଦୀୟ ନବରାତ୍ରୀର କାର୍ଯ୍ୟସୂଚୀ

୧୭ ଅକ୍ଟୋବର- ମାଆ ଶୈଳପୁତ୍ରୀଙ୍କ ପୂଜା ଘଟସ୍ଥାପନ

୧୮ ଅକ୍ଟୋବର- ମାଆ ବ୍ରହ୍ମଚାରିଣୀ ପୂଜା

୧୯ ଅକ୍ଟୋବର- ମାଆ ଚନ୍ଦ୍ରଘଣ୍ଟା ପୂଜା

୨୦ ଅକ୍ଟୋବର- ମାଆ କୁଷ୍ମାଣ୍ଡା ପୂଜା

୨୧ ଅକ୍ଟୋବର- ମାଆ ସ୍କନ୍ଦମାତା ପୂଜା

୨୨ ଅକ୍ଟୋବର- ଷଷ୍ଠୀ ମାଆ କାତ୍ୟାୟନୀ ପୂଜା

୨୩ ଅକ୍ଟୋବର- ମାଆ କାଳରାତ୍ରୀ ପୂଜା

୨୪ ଅକ୍ଟୋବର- ମାଆ ମହାଗୌରୀ ଦୁର୍ଗା ପୂଜା

୨୫ ଅକ୍ଟୋବର- ମାଆ ସିଦ୍ଧିଦାତ୍ରୀ ପୂଜା

Leave a Reply