ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହୋଇଛି ନବରଙ୍ଗପୁର

1 min read

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହୋଇଛି ନବରଙ୍ଗପୁର । ଏହି ସେବାକୁ ନେଇ ଜିଲ୍ଲାରେ ଦେଖାଦେଇଛି ପ୍ରବଳ ଉତ୍କଣ୍ଠା । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ରୋଗୀ ପଞ୍ଜିକରଣ ସହ ପ୍ରାଥମିକ ଚିକିତ୍ସା । ରାଜ୍ୟର ବଛା ବଛା ପ୍ରସିଦ୍ଧ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ । ଆସନ୍ତାକାଲି ସମସ୍ତ ଡାକ୍ତର ପହଞ୍ଚି ଅପରେସନ କରିବେ । ଆଜି ଅନ୍ୟ ଡାକ୍ତର ପହଞ୍ଚି ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରୁଛନ୍ତି ।

ନବରଙ୍ଗପୁର ଭଳି ଆଦିବାସୀ ଇଲାକାର ଲୋକଙ୍କ ପକ୍ଷେ ଉନ୍ନତ ଓ ବ୍ୟୟବହୁଳ ଚିକିତ୍ସା ଅସମ୍ଭବ ହୋଇପଡୁଥିଲା । ବର୍ତ୍ତମାନ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଏହି ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଛନ୍ତି । ଏଭଳି ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇ ଦିନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ନବରଙ୍ଗପୁର CDMO ମଧ୍ୟ ଏହି ବାୟୁ ସ୍ୱାସ୍ଥ୍ୟ ସେବାକୁ ନେଇ ବ୍ୟାପକ ବ୍ୟବସ୍ଥା କରିଥିବା କହିଛନ୍ତି ।