ଆସନ୍ନ ପ୍ରସବାଙ୍କୁ କୋଭିଡ ଟେଷ୍ଟିଂ ପାଇଁ ପଠାଇଲେ ଡାକ୍ତର: ଟେଷ୍ଟିଂ ସେଣ୍ଟରରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ମହିଳା

ନବରଙ୍ଗପୁର: କୋଭିଡ ଟେଷ୍ଟିଂ ସେଣ୍ଟରରେ ପ୍ରସବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ସୂଚନା ମୁତାବକ ରାଇଘର ବ୍ଳକର ପାରୁଆ ଗ୍ରାମର ଭକ୍ତ ମାଳିଙ୍କ ସ୍ତ୍ରୀ ଉର୍ମିଳା ମାଳି ପ୍ରସବ ଯନ୍ତ୍ରଣା ହେବା ପରେ ୧୦୨ ଯୋଗେ ଉମରକୋଟ ଚିକିତ୍ସାଳୟକୁ ପହଞ୍ଚିଥିଲେ । ଚିକିତ୍ସାଳୟକୁ ପହଞ୍ଚିବା ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ହେଲେ କୋଭିଡ ଟେଷ୍ଟି ସେଣ୍ଟର ନିକଟରେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଅଳ୍ପ ସମୟ ମଧ୍ୟରେ ଗର୍ଭବତୀ ମହିଳା ଜଣଙ୍କ  ସର୍ବସାଧାରଣ ସ୍ଥଳରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କରୋନାର ଦ୍ଵିତୀୟ ଲହରରେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ବେଶ୍‌ ପ୍ରଭାବିତ କରିଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ଭୟରେ ଲୋକେ ଘରରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏହାସହ କୌଣସି ଶାରୀରିକ ସମସ୍ୟା ଦେଖାଦେଲେ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲକୁ ଯିବାକୁ ଭୟ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ସିଙ୍ଗାପୁରର କୋଭିଡ ଷ୍ଟ୍ରେନ୍ ଲାଗି ରଦ୍ଦ କରାଯାଉ ବିମାନ ସେବା: କେଜ୍ରିୱାଲ୍

Leave a Reply