spot_img

Latest Posts

ଝିଅ ନିର୍ବନ୍ଧ ପାଇଁ ଯାଉଥିବାବେଳେ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ପିକଅପ ଭ୍ୟାନ ଓଲଟି ୩୫ ଜଣ ଆହତ। ଝିଅ ନିର୍ବନ୍ଧ କରିବାକୁ ଯାଇଥିବାବେଳେ ଘଟିଲା ଅଘଟଣ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗାଁରୁ ଝିଅ ନିର୍ବନ୍ଧ କରିବାକୁ ବାହାରିଥିଲେ। ମୋହଣ୍ଡି ନିକଟରେ ପିକଅପ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଘଟଣାସ୍ଥଳରୁ  ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାଇ ପ୍ରାୟ ୩୦ରୁ ୩୫ ଜଣ ମହିଳା ଓ ପୁରୁଷ ଏକ ମହିନ୍ଦ୍ରା ମିନି ପିକ ଅପ ଗାଡିରେ ଏକ  ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ହେଲେ ବାଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଫୋନ କରି ସମସ୍ତ ଆହତଙ୍କୁ ଉମରକୋଟ ଓ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଆହତ ହୋଇଥିବା ଲୋକଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଡ଼୍ରାଇଭରଙ୍କ ବେପରୁଆ ମନୋଭାବ ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Latest Posts

Don't Miss