spot_img

Latest Posts

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ବ୍ୟବସାୟୀଙ୍କୁ ଆକ୍ରମଣ କରି ୧୫ ଲକ୍ଷ ଲୁଟ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଢା ସାପ୍ତାହିକ ବଜାରରେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟ  ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ୭ ରୁ ୮ ଦୁର୍ବୃତ୍ତ ଲୁଟି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା। ବ୍ୟବସାୟୀ ଅବଦୁଲ ଆନସାରି ଦୁଇ ଜଣ କର୍ମଚାରୀଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡା ସାପ୍ତାହିକ ହାଟକୁ ଯାଉଥିଲେ। ଏହି ସମୟରେ ନିକଟସ୍ଥ ଏକ ପୋଖରୀ ନିକଟରେ ମୁଖାପିନ୍ଧା ୭ରୁ ୮ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇଥିଲେ। ଅଟକିବା ପରେ ସେମାନେ ଅତର୍କିତ ଭାବେ ବାଇକ ଚାଳକଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେl ଦୁଇ କର୍ମଚାରୀ ଗୁଡୁ ଓ ୟୁନୁସଙ୍କୁ ଆକ୍ରମଣ କରି ଅବଦୁଲଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଆକ୍ରମଣରେ ଗୁରୁତର ହୋଇ ଅବଦୁଲ ଅନସାରୀ ରାଇଘର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣଙ୍କୁ  ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss