ଖୁବଶୀଘ୍ର ବଡ଼ ପରଦାରେ ରିଲିଜ୍ ହେବ ’ନବକଳେବର’

ଭୁବନେଶ୍ବର: ଖୁବଶୀଘ୍ର ବଡ଼ ପରଦାରେ ଦର୍ଶକ ଦେଖିବେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସହ ଯୋଡ଼ି ହୋଇଥିବା ଓଡ଼ିଆଙ୍କ ଆବେଗର କଥା । ରିଲିଜ୍ ଅପେକ୍ଷାରେ ଓଡ଼ିଆ ଚଳଚ୍ଚିତ୍ର ନବକଳେବର । ମହାପ୍ରଭୁଙ୍କ ଅଲୌକିକ କଥା କାହାଣୀ ଓ ଐତିହାସିକ ଘଟଣାବଳୀକୁ ନେଇ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ ଏହାକୁ ନିର୍ମାଣ କରିଛନ୍ତି । ସାଇଶ୍ରଦ୍ଧା ବ୍ୟାନରରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ନବକଳେବର । ଏହା ସିନେମା ରୂପ ନେବା ପୂର୍ବରୁ ପ୍ରଥମେ ନାଟକ ଭାବେ ବେଶ ସଫଳତା ପାଇଛି । ନାଟକର ଗୀତ ମଧ୍ୟ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଥିଲା । ଏବେ ବଡ଼ ପରଦାରେ ରିଲିଜ ହେବାକୁ ଥିବାବେଳେ ଦର୍ଶକଙ୍କ ମହଲରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।