ଆସିଲା ନବ କିଶୋରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

1 min read

ଭୁବନେଶ୍ବର: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା । ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ । କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରିଛନ୍ତି ବିଭାଗୀୟ ଡାକ୍ତର । ଡାକ୍ତର ଲକ୍ଷ୍ମୀକାନ୍ତ ବେହେରା ପୋଷ୍ଟ ମର୍ଟମ ରିପୋର୍ଟ ହସ୍ତାନ୍ତର କରିଛନ୍ତି ।

ଅନ୍ୟପଟେ ହତ୍ୟା ମାମଲାରେ ଆଜି କ୍ରାଇମସ୍ପଟରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚର ଫରନେସିକ ଟିମ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏ଼ଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଚାଲିଛି ଛାନଭିନ୍ ।

ସେପଟେ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ା ସବଜେଲରେ ଅଛି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ତାକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ JMFC କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ।

ସରକାରୀ ଓକିଲ କହିଛନ୍ତି, ଗୋପାଳର ଜାମିନ ଆବେଦନକୁ ବିରୋଧ କରାଯାଇଛି । ଏ ନେଇ ଏକ ପିଟିସନ କୋର୍ଟରେ ଦାୟର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବି ପ୍ରକାଶ ମହାନ୍ତି ।