spot_img

Latest Posts

ଧରାପଡ଼ିବ ଗୋପାଳର ସତ; ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ନିଆଯାଉଛି

ଭୁବନେଶ୍ୱର: ଧରାପଡ଼ିବ ଗୋପାଳର ସତ। ଜେରା ବେଳେ କେତେ ସତ କହିଛି ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ମିଛ ଧରିବ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ। ଅଭିଯୁକ୍ତର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି କୋର୍ଟ। କୋର୍ଟଙ୍କ ଅନୁମତି ମିଳିବା ପରେ ନାର୍କୋ ଟେଷ୍ଟ କରିବାକୁ ଗୋପାଳକୁ ଗୁଜୁରାଟକୁ ନିଆଯାଉଛି। କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ନେଉଛି କ୍ରାଇମବ୍ରାଞ୍ଚ। ଜେରା ବେଳେ ଗୋପାଳ ଦେଇଥିବା ବୟାନ କେତେ ସତ ? କ୍ରାଇମବ୍ରାଞ୍ଚକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିନି ତ। ଏସବୁ ତଥ୍ୟ ନାର୍କୋ ଟେଷ୍ଟ ମାଧ୍ୟମରେ ଜାଣିବାକୁ ପ୍ରୟାସ କରିବ କ୍ରାଇମବ୍ରାଞ୍ଚ।

Latest Posts

Don't Miss