ନବ ଦାସ ହତ୍ୟା ମାମଲା; ଗାନ୍ଧିନଗରରେ ସରିଲା ଗୋପାଳର ନାର୍କୋ ଟେଷ୍ଟ

ନନ୍ଦିଘୋଷ ବ୍ୟୁରୋ: ନବକିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଗଜୁରାଟ ଗାନ୍ଧିନଗରରେ ଅଭିଯୁକ୍ତ ଗୋପାଳର ସରିଲା ନାର୍କୋ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପରେ ସରିଛି ନାର୍କୋ ଟେଷ୍ଟ । ଆସନ୍ତାକାଲି ଝାରସୁଗୁଡ଼ା ଫେରିବ ଅଭିଯୁକ୍ତ ଗୋପାଳ । ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ? ମନ୍ତ୍ରୀଙ୍କୁ ହତ୍ୟା କରିବା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗଥିଲା ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ଗାନ୍ଧୀନଗରରେ ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ କ୍ୟାମ୍ପ ପକାଇଛି ।

ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ମାଧ୍ୟମରେ ହତ୍ୟା ମାମଲାର ପର୍ଦ୍ଦାଫାସ କରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ । ଗୋପାଳ ଜଣେ ପୋଲିସ କର୍ମଚାରୀ ହୋଇଥିବାରୁ ତାଠାରୁ ସତ ବାହାର କରିବା କଷ୍ଟ ହେଉଛି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ସେପଟେ ଆସନ୍ତା ୧୩ ତାରିଖରୁ ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଗତ ୯ ତାରିଖରୁ ଗୋପାଳକୁ ପୁଣି ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇଥିଲା କ୍ରାଇବ୍ରାଞ୍ଚ । ଏହି ରିମାଣ୍ଡ ଅବଧି ଆସନ୍ତା ସୋମବାର ସରୁଥିବା ବେଳେ କାଲି ଗୋପାଳକୁ ଝାରସୁଗୁଡା ଆଣିବ କ୍ରାଇମବ୍ରାଞ୍ଚ ।