ନବ ଦାସ ହତ୍ୟା ମାମଲା: ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ୍
1 min readଝାରସୁଗୁଡ଼ା: ନବକିଶୋର ଦାଶଙ୍କ ମର୍ଡରର ଆକ୍ସନ ରିପ୍ଲେ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଜହ୍ଲାଦ ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଫାଇରିଂଠୁ ଆରମ୍ଭ କରି ପୋଲିସ ହାତରେ ଧରା ପଡ଼ିବା ପର୍ଯ୍ୟନ୍ତ, ଟିକ୍ ନିଖ୍ କ୍ରାଇମ ଦିନର ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ । ନବକିଶୋର ଦାସଙ୍କ ଗାଡ଼ି ନିକଟକୁ ଯାଇ କିଭଳି କରିଥିଲା ଫାୟାରିଂ ? ମର୍ଡର ପରେ କେମିତି ଗୋପାଳକୁ କାବୁ କରାଯାଇଥିଲା ?
ଦ୍ବିତୀୟ ଫାୟାରିଂ ବେଳେ କିଭଳି ଗୋପାଳର ହାତ ଉପରକୁ ଟେକିଦେଇଥିଲେ IIC ? ଆଜି ଅଭିଯୁକ୍ତ ଗୋପାଳ ନକଲି ବନ୍ଧୁକ ଧରି ଦେଖାଇଥିଲା ଅସଲି ବନ୍ଧୁକର ସତ । 29 ତାରିଖ ଘଟଣାର ସମ୍ପୂର୍ଣ୍ଣ ନାଟକ ଦେଖାଇଥିଲା ଗୋପାଳ । କ୍ରାଇମସିନ୍ ରିକ୍ରିଏସନର ଭିଜୁଆଲ ଭିଡିଓ କ୍ୟାମେରା ଓ ଡିଜିଟାଲ କ୍ୟାମେରାରେ ରେକର୍ଡିଂ କରାଯାଇଛି । ଆକାଶମାର୍ଗରୁ ମଧ୍ୟ ଭିଜୁଆଲ କଏଦ ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା ।