spot_img

Latest Posts

ପୁଣି ୫ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳକୃଷ୍ଣ, ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ପାଇଁ କୋର୍ଟ ଅନୁମତି

ଝାରସୁଗୁଡ଼ା: ପୁଣି ୫ଦିନିଆ ରିମାଣ୍ଡରେ ଯିବ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ। ତୃତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି କୋର୍ଟ। ଏଥିସହ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଏନେଇ କୋର୍ଟରେ କ୍ରାଇମବ୍ରାଞ୍ଚ ତରଫରୁ ଆବେଦନ କରାଯାଇଥିବା ବେଳେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଗୋପାଳକୁ ୨ଟି ପର୍ଯ୍ୟାୟରେ ୪ଦିନ ଲେଖାଏ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ।

ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶେଷ ଦିନ। ତଦନ୍ତ ସରିନଥିବାରୁ ଗୋପାଳକୁ ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ତଦନ୍ତକାରୀ ଟିମ୍। ହତ୍ୟା କରିଥିବା ଗୋପାଳ ସ୍ବୀକାର କରିଥିବାବେଳେ ଜେରା ବେଳେ ଅନେକ ସତକୁ ଢୋକି ଦେଇଛି। ଗୋପାଳ ନିକଟରୁ ଢୋକିଲା ସତ ଆଦାୟ କରିବାକୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଛାନବିନ କରିବ କ୍ରାଇମବ୍ରାଞ୍ଚ ।

Latest Posts

Don't Miss