ରାତି ଅଧିଆ ଗୋପାଳର ପୈତୃକ ଘରେ କ୍ରାଇମବ୍ରାଞ୍ଚ, ଆଜି କ୍ରାଇମସ୍ପଟକୁ ଯିବେ ଅବସରପ୍ରାପ୍ତ ବିଚାରପତି

ଭୁବନେଶ୍ୱର: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା। ତଦନ୍ତର ଶେଷ ଭାଗରେ ପହଞ୍ଚିଲାଣି କ୍ରାଇମବ୍ରାଞ୍ଚ। ଦିନ ରାତି ଏକ କରି କ୍ରାଇମବ୍ରାଞ୍ଚ ଟିମ୍‌ ଲାଗିଛନ୍ତି ତଥ୍ୟ ଯୋଗାଡ଼ରେ। ରାତି ଅଧିଆ ଅଭିଯୁକ୍ତ ଗୋପାଳର ପୈତୃକ ଗାଁ ଜଳେଶ୍ଵରପୁରରେ କ୍ରାଇମବ୍ରାଞ୍ଚ ଟିମର ତିନି ଜଣିଆ ଟିମ ପହଞ୍ଚିଛନ୍ତି।  ଘର ଆଗରେ ପୋଲିସର ପଇଁତରା ।

ପରିବାର ଲୋକଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଗୋପାଳଙ୍କ ପତ୍ନୀ, ଗୋପାଳଙ୍କ ଭାଇ ଓ ଗୋପାଳଙ୍କ ପୁତୁରାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ । ପଚରାଉଚରା ପରେ ବିଳମ୍ବିତ ରାତିରେ ଫେରିଲା ଟିମ୍  । ପୂର୍ବରୁ ଗତ ମାସ ୩୧ରେ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁରରେ ପହଞ୍ଚି ୫ ଦିନ ତଦନ୍ତ କରି ଫେରିଥିଲା । ଆଜି ପୁଣି ଟିମ୍ ଅଭିଯୁକ୍ତ ଗୋପାଳ ପରିବାର ସଦସ୍ୟଙ୍କୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।