spot_img

Latest Posts

ନବକିଶୋର ଦାସ ହତ୍ୟା ମାମଲା; କ୍ରାଇମ ସ୍ପଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି

ଝାରସୁଗୁଡା: ନବକିଶୋର ଦାସ ହତ୍ୟା ମାମଲାରେ ଛାନବିନ୍। କ୍ରାଇମସ୍ପଟକୁ ଯାଇ ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି। କିପରି ଘଟିଲା ଘଟଣା, ସେ ସମ୍ପର୍କରେ ଟିକିନିଖି ଅନୁଧ୍ୟାନ କରିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ପୋଲିସ ଡିଜି।

ସେହିପରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ କ୍ରାଇମସ୍ପଟକୁ ଯାଇ ତଦନ୍ତର ତଦାରଖ କରିଛନ୍ତି। ତଦନ୍ତ ଠାକ୍ ବାଟରେ ଚାଲୁଥିବା ନେଇ କହିଛନ୍ତି ଜଷ୍ଟିସ ଦାସ । ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଠାରୁ ପଚାରି ବୁଝିଛନ୍ତି । ଅଭିଯୁକ୍ତର କ୍ରାଇମସିନ୍ ରିକ୍ରିଏସନ ହୋଇଛି । ଯାହାକି ତଦନ୍ତରେ ସହାୟକ ହେବ ।

ଅନ୍ୟପଟେ ଆଜି ସରୁଛି ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ । ଶେଷ ଦିନରେ ଆଉ କିଛି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ। ଗତକାଲି ରିମାଣ୍ଡର ତୃତୀୟ ଦିନରେ ନବ କିଶୋରଙ୍କ ହତ୍ୟାର ଡେମୋ ଦେଖାଇଥିଲା ଅଭିଯୁକ୍ତ। ୨୯ ତାରିଖର ପୂରା କ୍ରାଇମ ସିକ୍ବେନ୍ସର ଡେମୋ କ୍ରାଇମବ୍ରାଞ୍ଚକୁ ଦେଖାଇଛି ଗୋପାଳ।

କେମିତି ନବକିଶୋର ଦାସଙ୍କୁ ଗୁଳି ମାରିଲା, ହାତରେ ବନ୍ଧୁକ ଧରି ଡେମୋ ଦେଖାଇ ଥିଲା ଅଭିଯୁକ୍ତ । ଘଟଣାର ପ୍ରତିଟି ଦିଗ ନେଇ ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସିନ୍ ରିକ୍ରିଏସନର ଭିଜୁଆଲ ରେକର୍ଡିଂ ପାଇଁ ଲାଗିଥିଲା ଡ୍ରୋନ୍ କ୍ୟାମେରା । ଥରେ କି ଦୁଇ ଥର ନୁହେଁ ୫ଥର ପୂରା ଘଟଣାର ଦୃଶ୍ୟ ଦେଖାଇଛି ଗୋପାଳ । ପ୍ରତି ଥରର ଡେମୋକୁ ପରେ ମେଳ କରାଯିବ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡ଼ାରେ ଅଛନ୍ତି ନିମହାନ୍ସ ଟିମ୍ । ବୈଷୟିକ ଜ୍ଞାନ କୌଶଳର ସହାୟତାରେ ହତ୍ୟା ମାମଲାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ହେଉଛି।

Latest Posts

Don't Miss