୧୮ ହଜାର ଭୋଟରେ ବିଜୟ ଲାଭ କଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ

ଇମ୍ଫାଲ: ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେଉଛି । ମଣିପୁରରେ ମଧ୍ୟ ଆଜି ଜାରି ରହିଛି ଭୋଟ ଗଣତି । ମଣିପୁର ମୋଟ ୬୦ ଆସନ ପାଇଁ ଏବେବି ଜାରି ରହିଛି ଭୋଟ ଗଣତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦଳଙ୍କୁ ସଂଖ୍ୟାଗରିଷ୍ଠତା ମିଳିପାରି ନାହିଁ । ତେବେ ମଣିପୁରରେ ବିଜୟ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ବିରେନ ସିଂ । ବୀରେନ ସିଂହ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ବିରେନ ସିଂଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପି ଶରତ ଚନ୍ଦ୍ର । ସେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଶେଷରେ ପରାସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବୀରେନ ସିଂ ହେଙ୍ଗାଙ୍ଗ ଆସନରୁ ୧୮ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବିଜୟଲାଭ ପରେ ବିରେନ ସିଂ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ରାଜ୍ୟରେ ପୁଣି ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ।

ସୂଚନା ଆନୁସାରେ ମଣିପୁରର ୬୦ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ମଣିପୁରରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୨୮ଟି ଆସନରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ସେହିପରି ୧୦ଟି ଆସନରେ ଏନପିପି, ୯ଟି ଆସନରେ କଂଗ୍ରେସ ଓ ୧୩ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି । ତେବେ ଏପର୍ଯ୍ୟନ୍ତ ମଣିପୁରରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ ।