ମହିଳା କନେଷ୍ଟବଲଙ୍କ ଆତ୍ମହତ୍ୟା ; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍ ..

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ରାଧାକୃଷ୍ଣପଡ଼ାରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା। ନୂଆପଡ଼ା ରେଲୱେ ଫାଟକ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୨୮ ବର୍ଷିୟ ରୁକ୍ମଣୀ ନାଗ । ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ଖବର ପାଇ ନୂଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ କର୍ମଚାରୀ ଜଣଙ୍କ ବିବାହିତା ଥିବାବେଳେ ତାଙ୍କ ସ୍ବାମୀ ଚୂଡ଼ାମଣି ଶବର ମଧ୍ୟ ପୋଲିସ ବିଭାଗରେ କାମ କରୁଥିବା ଜଣାପଡିଛି ।
ମୃତ୍ୟୁ ପୂର୍ବରୁ ଜାରି କରିଥିଲେ ଭିଡିଓ ବାର୍ତ୍ତା। ଯାହା ଏବେ ଭାଇରାଲ ହେଉଛି । ଶାଶୁ ଓ ସ୍ବାମୀ ନିର୍ଯାତନା ଦେଉଥିବା ଆଣିଥିଲେ ଅଭିଯୋଗ । ଶାଶୂ ଓ ସ୍ବାମୀଙ୍କ ଅତ୍ୟାଚାର ସହିନପାରି ଜୀବନ ହାରିଥିବା ସେ ଭିଡିଓରେ କହିଛନ୍ତି । ଏନେଇ ମୃତଙ୍କ ଭଉଣୀ ଥାନାରେ ଏତଲା ଦେଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।