ନିଆଳୀ କଣ୍ଟାପଡ଼ାରେ ପୁଣି ଅଜଣା ଜନ୍ତୁ ଆତଙ୍କ, ଗୁହାଳରେ ପଶି ନେଲା ୩ ମେଣ୍ଢାଙ୍କ ଜୀବନ

ନିଆଳୀ: ନିଆଳୀ କଣ୍ଟାପଡ଼ାରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ନାହାକପୁର ପଞ୍ଚାୟତ ଗୁଣାଦୋଳ ଗାଁର ପଞ୍ଚାନନ ଚୌଧୁରୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ସପ୍ତାହେ ପୂର୍ବରୁ ଦୁଇ ଦିନରେ ସେହି ସାହିରୁ ମରିଥିଲେ ୨୬ଟି ମେଣ୍ଢା । କିଏ ମେଣ୍ଢାଙ୍କୁ ମାରୁଛି ତାହା ଜଣାପଡ଼ିନଥିବା ବେଳେ, ମେଣ୍ଢା ମାରୁଥିବା ଜନ୍ତୁକୁ ଧରିବା ପାଇଁ ଟ୍ରାପ୍ କ୍ୟାମେରା ଓ ଯନ୍ତା ବସାଇଛି ବନ ବିଭାଗ ।