ରହସ୍ୟମୟ ରୋଗର ଶିକାର ଆମେରିକୀୟ ଅଧିକାରୀ, ଟ୍ରମ୍ପ ପ୍ରଶାସନ ନିଶାନାରେ ଚୀନ୍
1 min readନୂଆଦିଲ୍ଲୀ: ଚାଇନାରେ ଆମେରିକୀୟ ଅଧିକାରୀ ହଠାତ୍ ରୋଗରେ ପଡିଛଅଥଇ । ଏ ନେଇ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚୀନ ଷଡଯନ୍ତ୍ର କରିଥିବା ବାସ୍ନା ବାରିଛି । ଆମେରିକା ଏହି ଅଭିଯୋଗ ଆଣିଛି କାରଣ ଚୀନର ଗୁଆଙ୍ଗଝୋରେ ଆମେରିକାର ବୈଦେଶିକ ବିଭାଗରେ କାର୍ଯ୍ୟ କରୁଥିବା ଲେଞ୍ଜୀ ଏବଂ ତାଙ୍କ ପତ୍ନୀ ହଡବଡେଇ ନିଦରୁ ଉଠିବା ପରେ ସେମାନଙ୍କ ଆଖି ଖୋଲି ନ ଥିଲା । ଏହା ସହିତ ଉଭୟଙ୍କର ମୁଣ୍ଡବଥା ହେଉଥିଲା । କେବଳ ସେତିକି ନୁହେଁ ସେମାନଙ୍କ ପିଲାମାନଙ୍କ ନାକରୁ ମଧ୍ୟ ରକ୍ତ ବାହାରୁଥିଲା । ପ୍ରଥମେ ତାଙ୍କ ପରିବାରକୁ ଲାଗିଲା ଯେ, ଏହା ବାୟୁ ପ୍ରଦୂଷଣ ହେତୁ ହୋଇଥିବ। କିନ୍ତୁ କିଛି ଦିନ ପରେ ସେମାନେ ଅନୁଭବ କଲେ ଯେ ସେମାନଙ୍କର ସ୍ମୃତି ମଧ୍ୟ ଦୁର୍ବଳ ହୋଇଯାଉଛି। ଚୀନ୍ରେ ଲେଞ୍ଜୀ ପ୍ରଥମ ଆମେରିକୀୟ ଅଧିକାରୀ ନୁହଁନ୍ତି ଯିଏକି ଏହି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହାପୂର୍ବରୁ, ୨୦୧୮ ମସିହାରେ ୧୨ ଜଣରୁ ଅଧିକ ଆମେରିକୀୟ ଅଧିକାରୀ ଏଭଳି ରହସ୍ୟମୟ ରୋଗର ଶିକାର ହୋଇଛନ୍ତି । ଏହା ପରେ ଟ୍ରମ୍ପ ପ୍ରଶାସନ ଚୀନ୍ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛି। ଟ୍ରମ୍ପ ପ୍ରଶାସନ ଅନୁଭବ କରୁଛି ଯେ ଚାଇନା ବ୍ୟତୀତ ସେମାନଙ୍କର କୂଟନୀତିଜ୍ଞସ୍ତରରେ ଋଷ, କ୍ୟୁବାରେ ମଧ୍ୟ ଏଭଳି ରହସ୍ୟମୟ ରୋଗରେ ପୀଡିତ ହୋଇଛନ୍ତି । ଯାହା ପରେ ଗୁପ୍ତ ଅସ୍ତ୍ର ଏବଂ ରାସାୟନିକ ଆକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଟ୍ରମ୍ପ ସରକାର ବିଶ୍ୱାସ କରନ୍ତି ଯେ, ଚାଇନାରେ ଏହାର ଅଧିକାରୀମାନେ ଯେଉଁଭଳି ଭାବରେ ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଛନ୍ତି, ତାହା ହଭାନା ସିଣ୍ଡ୍ରୋମ ସହିତ ସମାନ। ୨୦୧୬ ଓ ୨୦୧୭ ମସିହାରେ କ୍ୟୁବାର ରାଜଧାନୀ ହଭାନାରେ ୨୦ ରୁ ଅଧିକ ଆମେରିକୀୟ କୂଟନୀତିଜ୍ଞଏହି ରୋଗରେ ପୀଡିତ ହୋଇଥିଲେ। ଏଥିରେ ସିଆଇଏ ଅଧିକାରୀ ମଧ୍ୟ ସାମିଲ ଥିଲେ।