ନନ୍ଦିଘୋଷ ବ୍ୟୁରୋ: ମିଆଁମାରରେ ଭୂକମ୍ପ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି। ଭୂପୃଷ୍ଠରୁ ପ୍ରାୟ ୧୦୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଗତ ୧୩ ତାରିଖରେ ମିଆଁମାରରେ ଘଟିଥିଲା ୩.୯ ତୀବ୍ରତାର ଭୂକମ୍ପ। ଏହା ଭୂପୃଷ୍ଠର ୧୧୫ କିଲୋମିଟର ଗଭୀରରେ ଘଟିଥିଲା। ସେହିପରି ଗତ ଡିସେମ୍ବର ୧୧ ତାରିଖରେ ବି ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଗତ କିଛି ଦିନ ଧରି ଲଗାତାର ଭୂକମ୍ପ ଘଟୁଥିବାରୁ ଆତଙ୍କ ସୃଷ୍ଟି ହେଉଛି।

