ମିଆଁମାର ଭୂକମ୍ପ : ହଜାରେ ଟପିଲା ମୃତ୍ୟୁ ସଂଖ୍ୟା
1 min read
ନନ୍ଦିଘୋଷ ବ୍ୟୁରୋ: ବଢିଚାଲିଚି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା। କେବଳ ମିଆଁମାରରେ ମୃତ୍ୟୁସଂଖ୍ଯା ହଜାରେରୁ ଟପିଛି। ୨୩୭୬ ଜଣ ଆହତ ହୋଇଛନ୍ତି।ଏବେବି ଅନେକ ଲୋକ ନିଖୋଜ ରହିଛନ୍ତି । ଭୂକମ୍ପର ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ନାପିଡାରେ ବିପୁଳ କ୍ଷୟକ୍ଷତି ହୋଇଛି। ମିଆଁମାରରେ ମଣ୍ଡଳାୟ ବିଶ୍ଵବିଦ୍ୟାଳୟରେ ବି ନିଆଁ ଲାଗିଯାଇଥିଲା । ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି । ଏକ ମସଜିଦ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ଜଳ ପ୍ଲାବନ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଭୂକମ୍ପ ପରେ ବହୁତଳ ପ୍ରାସାଦଗୁଡିକ ଦୋହଲିଥିବା ଜଣାଯାଇଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ।
ଭୂକମ୍ପର ଗଭୀରତା ୧୦ କିଲୋମିଟରରେ ଥିଲା ବୋଲି ପ୍ରକାଶ କରିଛି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି। ସେପଟେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ବ୍ୟାଙ୍କକରେ ଏକ ନିର୍ମାଣାଧୀନ ବିଶାଳ କୋଠା ଭୁଶୁଡ଼ି ପଡ଼ିଥିଲା । ଭୂକମ୍ପ ପରେ ଜରୁରୀ ବୈଠକ ଡାକିଥିଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେତୋଙ୍ଗତାର୍ଣ୍ଣ ସିନାବାତ୍ରା। ବିଭିନ୍ନ ସ୍ଥାନରେ ବିଭିନ୍ନ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ୟାଙ୍କକରେ ୯୦ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଥିବାବେଳେ ବ୍ୟାଙ୍କକରେ ମେଟ୍ରୋ ସେବା ବାତିଲ ହୋଇଛି। ୪୦ରୁ ଅଧିକ ଶ୍ରମିକ ନିଖୋଜ ଥିବାବେଳେ ବହୁ ନିର୍ମାଣାଧୀନ କୋଠାରେ ଫସିଛନ୍ତି ଶ୍ରମିକ।.. ଚୀନର ଦକ୍ଷିଣ ପଶ୍ଚିମ ଅନ୍ତର୍ଗତ ୟୁନାନ ପ୍ରଜାତନ୍ତ୍ର ବି କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଯୋଗୁ ଏହି ସବୁ ଦେଶରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପର ପ୍ରଭାବ ମେଘାଳୟ ସମେତ ଉତ୍ତରପୂର୍ବାଞ୍ଚଳ ଭାରତରେ ପଡିଛି। ବାଂଲାଦେଶରେ ବି ପଡିଛି ଏହାର ପ୍ରଭାବ। ସହାୟତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
ଭାରତୀୟଙ୍କ ଲାଗି ହେଲପଲାଇନ ଜାରି କରାଯାଇଛି। ଶୁକ୍ରବାର ମିଆଁମାରରେ ଲଗାତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଏବଂ ୬.୪ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ମନିୱା ସହରରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ କେନ୍ଦ୍ରୀୟ ମିଆଁମାରରେ ଥିବା ରିପୋର୍ଟ କରାଯାଇଛି।