spot_img

Latest Posts

କୃରତା ଚରମ ସୀମାରେ ମିଆଁମାର ଜୁନ୍ତା ସରକାର: ୧୧୪ ଲୋକଙ୍କୁ ହତ୍ୟା କରି ଖୁସି ମନାଉଛି ସେନା

ୟାଙ୍ଗୁନ: ମିଆଁମାରରେ ମିଲିଟାରି ଜୁନ୍ତା କୃରତାର ଚରମ ସୀମାରେ ପହଞ୍ଚିଲାଣି। ଗୋଟେପଟେ ସେନା୧୧୪ ଜଣଙ୍କୁ ମାରି ରକ୍ତରେ ହୋଲି ଖେଳୁଥିବାବେଳେ ଅନ୍ୟପଟେ ସେନା ମୁଖ୍ୟ ଆଙ୍ଗ ହେଲେଙ୍ଗ ଓ ଉଚ୍ଚ ପଦସ୍ଥ ଅଧିକାରୀ ବିରାଟ ସମାରୋହ ଆୟୋଜନ କରି ଖୁସି ମନାଉଥିବା ଖବର ସାମ୍ନାକୁ ଆସିଛି । ଯାହାକି ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି। ଦେଶରେ ସେନାର ଏଭଳି ତୁମୂଳ କାଣ୍ଡ ଯୋଗୁ ଅନେକ ଲୋକ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ଥାଇଲାଣ୍ଡ ସୀମା ଆଡ଼କୁ ପଳାଉଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ବି ମିଆଁମାର ସେନାର ଏଭଳି ହିଂସାତ୍ମକ ଆଚରଣକୁ କଡ଼ା ନିନ୍ଦା କରାଯାଉଛି।

ଅନ୍ୟପଟେ ସୋସିଆଲ ମିଡିଆରେ ଆଙ୍ଗ ହେଲେଙ୍ଗଙ୍କର ଏହି ଡିନର ପାର୍ଟିର ଫଟୋ ଭାଇରାଲ ହେଉଛି। ଫଟୋରେ ହେଲେଙ୍ଗ ଧଳା ସୁଟ୍ ବୁଟ୍ ପିନ୍ଧି ରେଡ କାର୍ପେଟ ଉପରେ ଚାଲୁଥିବା. ଓ ଅତିଥିମାନଙ୍କୁ ଅଭିବାଦନ ଦେଉଥିବା ଦେଖିବାକୁ ମିଳିଛି । ଆଫ ଏକ ଫଟୋରେ ହେଲେଙ୍ଗ ଡିନର କରିବା ପାଇଁ ଟେବୁଲରେ ବସିଥିବା ଦେଖାଯାଇଛି।
ଶନିବାର ବାର୍ଷିକ ସାମରିକ ଦିବସରେ ମିଆଁମାର ସେନା ଆନ୍ଦୋଳନକାରୀଙ୍କ ଉପରେ ପୁଣି ଗୁଳି ଚଳାଇଛି, ଯେଉଁଥିରେ ୧୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନେକ ଛୋଟ ପିଲାଙ୍କ ସମେତ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ କେବଳ ଏତିକି ନୁହେଁ ମାନବ କଲ୍ୟାଣ ସଂସ୍ଥା ‘ଫ୍ରି ବର୍ମା ରେଞ୍ଜର୍ସ’ ମୁତାବକ ରବିବାର ରାତିସାରା ବାୟୁସେନା ମଧ୍ୟ ଆକ୍ରମଣ କରିଛି । ତେବେ ଏଥିରେ କେବଳ ଜଣେ ଛୋଟ ପିଲା ଗୁରତର ଆହତ ହୋଇଛି । କାହାର ମୃତ୍ୟୁ ହୋଇାହିଁ।

ତେବେ ବାୟୁସେନାର ଆକ୍ରମଣ ପରେ ମିଆଁମାର ବାସୀ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ନିଜଜୀବନ ବଞ୍ଚାଇବାକୁ ସମସ୍ତେ ଥାଇଲାଣ୍ଡ ସୀମା ଆଡ଼କୁ ପଲାଉଛନ୍ତି। ଆଉ ଥାଇଲାଣ୍ଡ ବି ଏଥିପାଇଁ ପ୍ରସ୍ତୁତ ହେଉଛି । ଥାଇ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ କହିଛନ୍ତି, ଯେ ପଶ୍ଚିମ ସୀମାରେ ଏଭଳି ସମସ୍ୟା ବିଷୟରେ ଅବଗତ ଅଛନ୍ତି  । ଏବଂ ତାଙ୍କ ସରକାର ବହୁ ସଂଖ୍ୟାରେ ଲୋକଙ୍କୁ ସରଣ ଦେବାକୁ ପ୍ରସ୍ତୁତି କରୁଛି। ସେ କହିଛନ୍ତି ଯେ ଆମେ ଏତେ ସଂଖ୍ୟାରେ ସରଣାର୍ଥୀ ଚାହୁଁନାହୁଁ । କିନ୍ତୁ ଆମେ ମାନବାଧିକାର ପାଇଁ ମଧ୍ୟ ଚିନ୍ତିତ।

ସୂଚନା ଯୋଗ୍ୟ, ଫେବୃଆରୀ ୧ ରେ ମିଆଁମାରରେ ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରି ନିଜ କବଜାକୁ ନେଇଥିଲା ସେନା । ଆଉ ଦେଶର ସର୍ବୋଚ୍ଚ ନେତା ଆଙ୍ଗ୍ ସାନ୍ ସୁ ସମେତ ଅନେକ ନେତାଙ୍କୁ ବି ହେପାଜତକୁ ନେଇଥିଲା। ସେବେଠୁ ଦେଶର ନାଗରିକମାନେ ସେନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଏବଂ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ତେବେ ଏହାକୁ ଦମନ କରିବାକୁ ସେନା ବି ଦିକୁ ଦିନ ଆହୁରି ହିଂସାତ୍ମକ ହେବାରେ ଲାଗିଛି  ଓ ନିରିହ ଲୋକଙ୍କ ହତ୍ୟା କରିବାରେ ଲାଗିଛି।  ଏବେ ସୁଦ୍ଧା ମିଆଁମାରରେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

 

Latest Posts

Don't Miss