ରାଉରକେଲା ସହରର ଟିସିଆଇ ଛକ ନିକଟରେ ଜଳିଗଲା ମୋ ବସ୍

ରାଉରକେଲା: ରାଉରକେଲା ସହରର ଟିସିଆଇ ଛକ ନିକଟରେ ଜଳିଗଲା ମୋ ବସ୍ । ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡିନଥିବା ବେଳେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ବସ୍ରେ କେହି ଯାତ୍ରୀ ନଥିଲେ । ହଠାତ୍ ବସରୁ ଧୂଆଁ ବାହାରିବାରୁ ରାସ୍ତାକଡ଼ରେ ବସଟିକୁ ଠିଆ କରି ଓହ୍ଲାଇପଡ଼ିଥିଲେ ଡ୍ରାଇଭର ଓ ହେଲପର । ଅଗ୍ନିକାଣ୍ଡରେ ବସ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କେହି ଆହତ ହୋଇନାହାନ୍ତି ।