ସ୍ୱାଧୀନତାର ୭୫ ବର୍ଷ ପରେ ଗାଁକୁ ମିଳିଲା ପ୍ରଥମ ସରକାରୀ ଚାକିରି

1 min read

ପାଟନା: ସରକାରୀ ଚାକିରି କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ବିଶେଷ କରି ଉତ୍ତର ଭାରତରେ ସରକାରୀ ଚାକିରୀକୁ ନେଇ ଭିନ୍ନ କ୍ରେଜ୍ ଦେଖିବାକୁ ମିଳେ । ସରକାରୀ ଚାକିରୀ କରିବା ସବୁବେଳେ ଯୁବପିଢ଼ୀଙ୍କର ପ୍ରଥମ ଚେଷ୍ଟା ରହିଥାଏ । ତେବେ ବିହାରରେ ଏମିତି ଏକ ଗାଁ ଅଛି ଯେଉଁଠାରେ ସ୍ୱାଧୀନତା ପରଠାରୁ କୌଣସି ବ୍ୟକ୍ତି ସରକାରୀ ଚାକିରି ପାଇନାହାନ୍ତି । କିନ୍ତୁ ଏବେ ସେହି ଗାଁର ଜଣେ ବ୍ୟକ୍ତି ଏହି ରେକର୍ଡକୁ ଭାଙ୍ଗିଛନ୍ତି ।  

ଏହି ଘଟଣା ଦେଖିବାକୁ ମିଳିଛି ମୁଜାଫରପୁର ଜିଲ୍ଲାରେ । ଏହି ଜିଲ୍ଲାର କାଟ୍ରା ବ୍ଲକ୍ ସୋହଗପୁର ଗ୍ରାମରେ ଜଣେ ଯୁବକ ସରକାରୀ ଚାକିରି ପାଇଛନ୍ତି । ଚାକିରି ପାଇବା ପରେ ତାଙ୍କ ପରିବାର ଓ ଗାଁରେ ଖୁସିର ବାତାବରଣ ଖେଳିଯାଇଛି । ସ୍ୱାଧୀନତାର ୭୫ ବର୍ଷ ପରେ ସେହି ଗାଁରେ କେହି ସରକାରୀ ଚାକିରି ପାଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଗାଁର ଯୁବକ ରାକେଶ କୁମାର ଏହି ରେକର୍ଡକୁ ଭାଙ୍ଗିଛନ୍ତି ଓ ସରକାରୀ ଚାକିରି କରିଛନ୍ତି ।

ସୋହଗପୁର ଗାଁରେ ପ୍ରାୟ ୨ ହଜାର ଲୋକ ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ସରକାରୀ କର୍ମଚାରୀ ହେବାର ସଫଳ ହୋଇନାହାନ୍ତି । ଗାଁର ସ୍ୱର୍ଗତ ରାମ ଲାଲ ଚୌଧୁରୀଙ୍କ ପୁଅ ରାକେଶ କୁମାର ତାଙ୍କ ନିଷ୍ଠା ଏବଂ ପରିଶ୍ରମ ଫଳରେ ଏହି ପଦ ହାସଲ କରିପାରିଛନ୍ତି । ରାକେଶ ଗାଁରୁ ଶିକ୍ଷା ଆରମ୍ଭ କରିବା ପରେ ଦରଭଙ୍ଗା ବିଶ୍ୱବିଦ୍ୟାଳୟରୁ M.com ଅଧ୍ୟୟନ କରିଥିଲେ । ଏହା ପରେ ସେ ରାଜସ୍ଥାନରୁ B.Ed ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ରାକେଶଙ୍କ ଏହି ସଫଳତା ଶୁଣି ସ୍ଥାନୀୟ ଲୋକ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଗ୍ରାମବାସୀ କହିଛନ୍ତି ଯୋ ସ୍ୱାଧୀନତା ପରେ ଏହା ହେଉଛି ପ୍ରଥମ ଯୁବକ ଯିଏ ନିଜ ପରିଶ୍ରମ ଓ ନିଷ୍ଠା ସହ ଗାଁକୁ ଗୌରବାନିତ କରିଛନ୍ତି । ରାକେଶଙ୍କ ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କ ପ୍ରେରଣା ଯୋଗାଇବ ବୋଲି ଗ୍ରାମବାସୀ କହିଛନ୍ତି ।