କୁର୍‌କୁରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ କିଲୋମିଟର ଯାଏଁ ହେଲା ଗୁଞ୍ଜରିତ

1 min read

ପାଟଣା: ବିହାରର ମୁଜାଫରପୁରରେ ଏକ ବଡ଼ ଧରଣ ଅଘଟଣ ଘଟିଛି । ରବିବାର ଏଠାରେ ବେଲା ଶିଳ୍ପାଞ୍ଚଳର ମୋଦି କୁରକୁରେ ଓ ନୁଡୁଲ୍ସ କାରଖାନାରେ ଏକ ବଏଲର ଫାଟି ବଡ଼ ଧରଣ ବିସ୍ଫୋରଣ ଘଟିଛି । ଏହି କାରଣରୁ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେଠାରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ଏଥିସହ କାରଖାନାର ନିକଟସ୍ଥ ଲୋକଙ୍କ ଉପରେ ଆଘାତ ଲାଗିଥିବାର ଖବର ମଧ୍ୟ ରହିଛି । ଏସପି-ଡିଏମ୍ ସମେତ ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ।

କୁହାଯାଉଛି ଯେ, ବଏଲର ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଛି । ବିସ୍ଫୋରଣ ହେତୁ ସଂଲଗ୍ନ ଚୁଡା ଏବଂ ଅଟା କାରଖାନା ମଧ୍ୟ ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି ନିଆଁକୁ ଆୟତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇ ନାହିଁ ।

ଦୁର୍ଘଟଣା ସମୟରେ କାରଖାନା ଭିତରେ କେତେ ଲୋକ କାମ କରୁଥିଲେ ତାହା ଜଣା ପଡିନାହିଁ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ସମୟରେ ଟ୍ରାକ୍ଟର ଦ୍ୱାରା  କାରଖାନାର ଫାଟକ ବନ୍ଦ ରଖାଯାଇଛି । ପଡ଼ୋଶୀମାନେ କହିଛନ୍ତି ଯେ ବଏଲର ବିସ୍ଫୋରଣ ହେତୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା ।

Leave a Reply