ସମାଧି ନେବୁ ପଛେ ଦିଲ୍ଲୀ ସୀମାରୁ ହଟିବୁନି: ରାକେଶ ଟିକାୟତ
1 min readମୁଜାଫରନଗର: ମରିବୁ ପଛେ, ପଛକୁ ହଟିବୁନି । ଦିଲ୍ଲୀ ସୀମାରେ ହକର ଲଢ଼େଇ ଜାରି ରହିବ । ଆନ୍ଦୋଳନସ୍ଥଳରୁ ହଟିବେନି କୃଷକ । ମୁଜାଫରନଗର କୃଷକ ମହାପଞ୍ଚାୟତରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମନ୍ତ୍ର ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ । କହିଛନ୍ତି ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳରେ ସମାଧି ନେବୁ, ଜୀବନ ଦେବୁ ସିନା ନ ଜିତିବା ଯାଏଁ ଆନ୍ଦୋଳନ ସ୍ଥଳ ଛାଡ଼ିବୁନି ।
When Govt of India will invite us for talks, we will go. The farmers' agitation will continue until the Govt fulfil our demands. The struggle for Independence continued for 90 years so I have no idea for how long this agitation will run: BKU (Arajnaitik) leader Rakesh Tikait pic.twitter.com/vIZPeYkRCG
— ANI UP/Uttarakhand (@ANINewsUP) September 5, 2021
ପୂର୍ବରୁ ସରକାରଙ୍କ ସହ ଆଲୋଚନା ସଫଳ ହୋଇନଥିବା ବେଳେ ଏବେ ପୁଣି ସରକାର ଆଲୋଚନା ପାଇଁ ଡାକିଲେ ଯିବୁ ବୋଲି କହିଛନ୍ତି ଟିକାୟତ । ସରକାର ଆମ ଦାବି ନ ମାନିନେବା ଯାଏ ଆନ୍ଦୋଳନ ଜାରି ରହିବ । ସ୍ୱାଧୀନତା ପାଇଁ ୯୦ ବର୍ଷ ସଂଘର୍ଷ ଜାରି ରହିଥିଲା । ମୋତେ ଜଣାନାହିଁ ଏହି ଆନ୍ଦୋଲନ କେତେଦିନ ଧରି ଚାଲିବ ।
ଟିକାୟତ କହିଛନ୍ତି, ଏମାନେ ଲୋକଙ୍କୁ ଭାଗ ବାଣ୍ଟିବା କାମ କରୁଛନ୍ତି, ଆମକୁ ରୋକିବାକୁ ପଡ଼ିବ । ଜାନୁଆରୀ ୨୬ରେ ଆନ୍ଦୋଳନର ହତ୍ୟା ହୋଇଥାନ୍ତା । ହଜାର ହଜାର ଫୋର୍ସ ଥିଲେ, ତଥାପି ଆମେ ଆନ୍ଦୋଳନ ସ୍ଥଳରେ ବସିଛୁ । ଆମ ଦାବି ପୂରଣ ନହେବା ଯାଏଁ ହଟିବୁନି । ଆମକୁ ଏମଏସପି ଗ୍ୟାରେଣ୍ଟି ଦରକାର । ଦାବି ପୂରଣ ନହେବା ଯାଏଁ ଦେଶବ୍ୟାପୀ ସଂଯୁକ୍ତ କିଷାନ ମୋର୍ଚ୍ଚ ଆନ୍ଦୋଳନ ଜାରି ରଖିବ । ଆଜି ମୁଜାଫରନଗରରେ ହୋଇଥିବା କୃଷକ ମହାପଞ୍ଚାୟତରେ ୟୁପି ସହ ୧୫ ରାଜ୍ୟର କୃଷକ ସାମିଲ୍ ହୋଇଥିଲେ ।