ପାକିସ୍ତାନ ପ୍ରେମୀଙ୍କୁ କଡା ଜବାବ: ହିନ୍ଦୁ ମନ୍ଦିର ପାଇଁ ମୁସଲମାନ ଦେଲେ ଜମି

କୁପଓ୍ବାଡା: ଭାରତରେ ମୁସଲମାନମାନେ ନିର୍ଯାତିତ ହେଉଥିବା, ହିନ୍ଦୁମାନେ ସେମାନଙ୍କୁ ଦବାଇ ରଖିଥିବା ଅଭିଯୋଗ ପାକିସ୍ତାନ ବାରମ୍ବାର କରି ଆସିଛି । ପାକିସ୍ତାନ ଏମିତି ଯେତେବେଳେ ଭୁକିଛି, ଭାରତୀୟ ମୁସଲିମ ଭାଇଭୋଉଣୀଙ୍କ ପାଖରୁ ସେମିତି କଡା ଜବାବ ପାଇଛି । ହଁ, ଦେଶ ଭିତରେ କିଛି ପାକିସ୍ତାନୀ ପ୍ରେମୀ ଅଛନ୍ତି ଯେଉଁମାନେ ପଡୋଶୀ ଶତ୍ରୁରାଷ୍ଟ୍ରର ଗୁଣଗାନ କରି ରାଜନୈତିକ ରୁଟି ସେକୁଛନ୍ତି । ହେଲେ ସେମାନଙ୍କ ଅନ୍ତରଆତ୍ମା ଜାଣିଛି ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କ କେତେ ସୌହାର୍ଦ୍ଦ୍ୟପୂର୍ଣ୍ଣ । ଏମିତି ପାକିସ୍ତାନୀ ପ୍ରେମୀଙ୍କ ଗାଲରେ ଜମ୍ମୁ ଓ କାଶ୍ମୀରର ମୁସଲମାନ ପୁଣି ଥରେ ଦେଇଛନ୍ତି ଶକ୍ତ ଚାପୁଡ଼ା । ହିନ୍ଦୁ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ଦେଇଛନ୍ତି ଜମି । ଯାହା ପୁଣି ଥରେ ଭାରତୀୟଙ୍କ ଭାଇଚାରାକୁ ପ୍ରତିପାଦିତ କରୁଛି ।

ଜମ୍ମୁ ଓ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ସ୍ଥିତି କେମିତି ତାହା ସମସ୍ତେ ଜାଣିଛନ୍ତି । ଏଠାରୁ ପଣ୍ଡିତଙ୍କୁ ଯେମିତି ବିତାଡ଼ିତ କରାଯାଇଥିଲା ତାହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଆଜି ପର୍ଯ୍ୟନ୍ତ ଆନ୍ଦୋଳିତ କରୁଛି । ଏବେ ସ୍ଥିତି ବଦଳିଛି । ଧାରା ୩୭୦ ହଟିବା ପରେ ଉପତ୍ୟାକାରେ ଶାନ୍ତି ଫେରିଛି । ନୂଆ ଆଶା ନେଇ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ପଣ୍ଡିତ ପରିବାର ମଧ୍ୟ ଫେରିବା ଆରମ୍ଭ କରିଛନ୍ତି । ସ୍ଥାନୀୟ ମୁସଲିମ ଭାଇଭଉଣୀଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଉଛି ଓ ଦୁଇ ସମ୍ପ୍ରଦାୟ ପୁଣି ଥରେ ଏକାଠି ନୂଆ କାଶ୍ମୀର ଗଢ଼ିବା ଦିଗରେ ଆଗଉଛନ୍ତି ।

ଏହାରି ଭିତରେ ଆତଙ୍କବାଦୀ ପ୍ରବଣ କୁପଓ୍ବାଡ଼ାରୁ ଆସିଛି ଭାଇଚାରାର ଏକ ଜ୍ବଳନ୍ତ ଉଦାହରଣ । ଏଲଓସି ନିକଟରେ ଥିବା ତିତଓ୍ବାଲ ଅଞ୍ଚଳରେ କାଶ୍ମୀର ପଣ୍ଡିତଙ୍କ ସହ ମିଶି ମୁସଲମାନ ସମ୍ପ୍ରଦାୟର ଲୋକେ ମାଆ ଶାରଦା ଦେବୀଙ୍କ ମନ୍ଦିର ନିର୍ମାଣ କରୁଛନ୍ତି ।

କାଶ୍ମୀର ପଣ୍ଡିତଙ୍କ ପାଇଁ ମାଆ ଶାରଦା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ହେଲେ ଏବେ ଶାରଦା ପିଠ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହିଛି । ୧୯୪୭ରେ ଦେଶ ବିଭାଜନ ଓ ପାକିସ୍ତାନ ଗଠନ ପୂର୍ବରୁ ତିତଓ୍ବାଲ ରାସ୍ତାରେ ଲୋକେ ମାଆଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ଭାରତୀୟ ହିନ୍ଦୁଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ହୋଇଯାଇଛି । ବିଶେଷ କରି କାଶ୍ମୀର ପଣ୍ଡିତ ନିଜର ଏହି ପବିତ୍ର ତୀର୍ଥସ୍ଥଳକୁ ଯାଇ ମାଆଙ୍କ ଦର୍ଶନର ସ୍ବୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି ।

ଏମିତି ସ୍ଥିତିରେ କୁପଓ୍ବାଡାରେ ଶାରଦା ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ କାଶ୍ମୀର ପଣ୍ଡିତ ଦୀର୍ଘଦିନରୁ ଦାବି କରିଆସୁଥିଲେ । ଯାହା ଏବେ ପୂରଣ ହେବାକୁ ଯାଉଛି । ଭଲ ଖବର ହେଲା କୁପଓ୍ବାଡ଼ାରେ ମନ୍ଦିରର ପୁର୍ନନିର୍ମାଣ କାମ ଆରମ୍ଭ ହୋଇଯାଇଛି । ସେବା ଶାରଦା କମିଟି ମନ୍ଦିରର ପୁର୍ନନିର୍ମାଣ ସହ ଧର୍ମଶାଳାର ନିର୍ମାଣ କରୁଛି । ଏଥିପାଇଁ ସ୍ଥାନୀୟ ମୁସଲମାନ ଜମି ଯୋଗାଇ ଦେଇଛନ୍ତି ।

ସେବା ଶାରଦା କମିଟିର ପ୍ରମୁଖ ରବିନ୍ଦ୍ର ପଣ୍ଡିତ କହିଛନ୍ତି, ‘ତିତଓ୍ବାଲର ମନ୍ଦିରରେ ମନ୍ଦିର ନିର୍ମାଣ ସ୍ଥଳ ରାସ୍ତାରେ ପ୍ରତିବର୍ଷ ଛଡ଼ି ମୁବାରକ୍ ଦିଆଯାଇଥାଏ ।’ ସେ ଆଗକୁ କହିଛନ୍ତି ‘ସ୍ଥାନୀୟ ମୁସଲମାନ ଏହି ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କରିଛନ୍ତି । ମନ୍ଦିର ଶିଳାନ୍ୟାସ ସମାରୋହ ପରେ କିଶନଗଙ୍ଗା ନଦୀର ଜିରୋ ଲାଇନରେ ଥିବା ପୋଲରୁ ପବିତ୍ର ଜଳ ବିସର୍ଜନ କରାଯାଇଛି ।’

Leave a Reply