ବ୍ଲାକମେଲ କରି ବୁର୍ଖା ପିନ୍ଧିବାକୁ ବାଧ୍ୟ କଲେ, ପତ୍ନୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନେହା ହତ୍ୟାକାଣ୍ଡ ପରେ ଆହୁରି ଏକ ଲଜ୍ୟାଜନକ ଘଟଣା ସାମନାକୁ ଆସିଛି  । ୨୮ ବର୍ଷୀୟା ବିବାହିତା ମହିଳାଙ୍କୁ ବ୍ଲାକମେଲ୍‌ କରି ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଛି  । ମହିଳାଙ୍କ ଅଭିଯୋଗ ପରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ମହିଳା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରିଥିଲେ  ।

ଅଭିଯୁକ୍ତ ରଫିକ ଓ ତା ପତ୍ନୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ପରେ ଯୌନ ନିର୍ଯାତନା ଦେଇଥିଲେ  । ଏହାପରେ ମହିଳାଙ୍କ ଅଶ୍ଲୀଳ ଫଟୋ ନେଇ ତାଙ୍କୁ ବ୍ଲାକମେଲ କରୁଥିଲେ  । ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଆପଣାଇବାକୁ ସେମାନେ ବାଧ୍ୟ କରୁଥିଲେ  । ରଫିକ ଓ ତା ପତ୍ନୀ ମହିଳାଙ୍କୁ ଗତବର୍ଷ ବେଲଗାବୀ ସ୍ଥିତ ନିଜ ଘରେ ରହିବା ପାଇଁ ବାଧ୍ୟ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  ।

ସେହି ସମୟରେ ହି ପତ୍ନୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ରଫିକ  । ଚଳିତ ଏପ୍ରିଲ ମାସରେ ଦମ୍ପତି ମହିଳାଙ୍କୁ ସିନ୍ଦୂର ନ ଲଗାଇବା ପାଇଁ କହିଥିଲେ  । ସେହିପରି ଜୋର ଜବରଦସ୍ତ ବୁର୍ଖା ପିନ୍ଧିବାକୁ କହି ଦିନରେ ୫ଥର ନମାଜ ପଢିବା ପାଇଁ ବାଧ୍ୟ କରୁଥିଲେ  ।