ହିଜାବ ମାମଲାରେ ଆଜି କର୍ଣ୍ଣାଟକରେ ବନ୍ଦ ପାଳନ କରୁଛି ସଂଖ୍ୟାଲଘୁ ସଂପ୍ରଦାୟ

ବେଙ୍ଗାଲୁରୁ: ଦିନକୁ ଦିନ ଜଟିଳ ହେଉଛି ହିଜାବ ମାମଲା । ହାଇକୋର୍ଟଙ୍କ ରାୟ ବିରୋଧରେ ଆଜି କର୍ଣ୍ଣାଟକ ବନ୍ଦ ପାଳନ କରୁଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟ । ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ନ ପିନ୍ଧିବାକୁ ହାଇକୋର୍ଟଙ୍କ ରାୟକୁ ଦୁଃଖଦାୟକ କହିଛି ସଂପ୍ରଦାୟ । ଏହାର ପ୍ରତିବାଦରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳିବାକୁ ଆହ୍ବାନ ଦିଆଯାଇଛି । ସମସ୍ତେ ବିକ୍ଷୋଭରେ ସାମିଲ ହୋଇ  ପ୍ରତିବାଦ କରିବାକୁ ଆହ୍ବାନ ଦିଆଯାଇଛି । ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରି କରି ଛାତ୍ରଛାତ୍ରୀଙ୍କୁ ଧାର୍ମିକ ପୋଷାକ ପିନ୍ଧିବାକୁ ବାରଣ କରିଛନ୍ତି କୋର୍ଟ ।

ସେପଟେ କର୍ଣ୍ଣାଟକ ହାଇକୋର୍ଟ ୧୨୯ ପୃଷ୍ଠାର ରାୟ ପ୍ରଦାନ କରିବା ପରେ ଜଣେ ଛାତ୍ର ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି ହିଜାବ୍ ପିନ୍ଧିବାର ଅଧିକାର ‘ଅଭିବ୍ୟକ୍ତି’ର ଆଭିମୁଖ୍ୟରେ ଆସିଛି । ଏହା ସମ୍ବିଧାନର ଧାରା ୧୯(କ) ଅନୁଯାୟୀ ସୁରକ୍ଷିତ, ଧାରା ୨୫ ଅନୁଯାୟୀ ହିଜାବ ପିନ୍ଧିବାର ଅଧିକାର ମଧ୍ୟ ସୁରକ୍ଷିତ ଥିବା ଚ୍ୟାଲେଞ୍ଜକୁ ହୋଲି ଛୁଟି ପରେ ବିଚାର କରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୁରନ୍ତ ବିଚାର ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ଏହାକୁ ଖାରଜ କରିଛନ୍ତି ପ୍ରଧାନ ବିଚାରପତି  ।