ଜେଲରେ ନିଶା ଖାଇବାକୁ ବିକଳ ହେଉଛି ସାହିଲ, ମୁସ୍କାନର ଅବସ୍ଥା ସଙ୍ଗୀନ

ନନ୍ଦିଘୋଷ ବ୍ୟୁରୋ: ମେରଟର ସୌରଭ ରାଜପୁତଙ୍କ ହତ୍ୟାକାରୀ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଏବେ ଜେଲରେ ରହିଛନ୍ତି । ହତ୍ୟା କରି ଡ୍ରମରେ ରଖିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସବୁଠି ଦାବି କରାଯାଇଛି । ତେବେ ଉଭୟ ଅଭିଯୁକ୍ତ ଏବେ ନିଶା ଖାଇବାକୁ ବିକଳ ହେଉଥିବା ଖବର ଶୁଣିବାକୁ ମିଳିଛି । ଅଭିଯୁକ୍ତ ସାହିଲ ନିଶା ପାଇଁ ଡହଳ ବିକଳ ହେଉଥିବାବେଳେ ମୁସ୍କାନର ଅବସ୍ଥା ଏବେ ସଙ୍ଗୀନ ହୋଇ ଯାଇଛି । ଉଭୟ ଜେଲରେ ନିଶା ମାଗିଥିଲେ । ମାତ୍ର ସେମାନଙ୍କୁ ନଦେବାରୁ ଅବସ୍ଥା ଖରାପ ହୋଇ ଯାଇଛି । ସେମାନଙ୍କୁ ଏବେ ଜେଲର ନିଶା ନିବାରଣ କେନ୍ଦ୍ରରେ ରଖାଯାଇଛି । କୁହାଯାଉଛି କି, ସାହିଲ ହିଁ ମୁସ୍କାନକୁ ନିଶା ଦେଇ ଅଭ୍ୟାସ ପରିଣତ କରାଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଉଭୟ ମାତ୍ରାଧିକ ନିଶାରେ ବୁଡ଼ି ରହିଥିବାରୁ ଏମିତି ଏକ କାଣ୍ଡ ଭିଆଇଛନ୍ତି ।