ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ, ଗଳା କର୍କଟରେ ପୀଡ଼ିତ ଥିଲେ

କଟକ: ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ।  ଗଳା କର୍କଟରେ ପୀଡ଼ିତ ଥିଲେ ସ୍ୱରୂପ ନାୟକ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି  ।
୮୦ ଦଶକରେ ବହୁ ଫିଲ୍ମରେ ସଫଳ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି  । ପ୍ରାୟ ୪୧ଟି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବରୂପ ନାୟକ  ।

ସ୍ୱୟଂସିଦ୍ଧା, କଥାନ୍ତର, ପ୍ରେମ ଋତୁ ଆସିଲାରେ ଭଳି ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି  ।  ୩୦ଟି ଫିଲ୍ମ ପାଇଁ ସେ ଗୀତ ରଚନା କରିଛନ୍ତି । ୬ଟି ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ସେ ଗୀତ ଗାଇଛନ୍ତି । ସେହିପରି ୬ଟି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ସ୍ୱରୂପ ନାୟକ । ୧୯୮୪ ହୀରାନୀଳା ଫିଲ୍ମରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ  ।

ମନ ରହିଗଲା ତୁମରି ଠାରେ ଓ କଥାନ୍ତର ପାଇଁ  ସେ ପୁରସ୍କାର ପାଇଥିଲେ  । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବି ସମ୍ମାନିତ ହୋଇଛନ୍ତି  ସ୍ବରୂପ ନାୟକ  । ୧୯୪୭ ମସିହା ଫେବ୍ରୁଆରୀ ୮ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ବରୂପ ନାୟକ  ।