spot_img

Latest Posts

ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନଙ୍କ ପରଲୋକ… ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ବିୟୋଗ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ୍‌ ଖାନ। ବଲିଉଡକୁ ଯେମିତି କାହାର ନଜର ଲାଗିଯାଇଛି । ବରିଷ୍ଠ ଅଭିନେତା ଇରଫାନ ଖାନ, ଋଷି କପୁର ଓ ହାସ୍ୟ କଳାକାର ମୋହିତ ବାଗେଲଙ୍କ ପରେ ଏବେ ଚର୍ଚ୍ଚିତ ୱାଜିଦ୍ ଖାନ ଆମ ଗହଣରେ ନାହାନ୍ତି । ୨୦୨୦ରେ ବଲିଉଡର ଅନେକ କ୍ଷତି ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କୀଡ୍‌ନି ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍‌ ଖାନ୍‌। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କେବଳ ସେତିକି ନୁହେଁ ରିପୋର୍ଟ ଅନୁସାରେ ସେ କରୋନା ସଂକ୍ରମିତ ମଧ୍ୟ ଥିଲେ ।

ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟ।ବସ୍ଥା ବିଗିଡ଼ିଥିଲା ।  ଏହାପରେ ତାଙ୍କର ପରଲୋକ ହୋଇଛି। ସାଜିଦ୍‌ ଖାନ୍‌ଙ୍କ ସହ ମିଶି ଏକାଠି ସାଜିଦ୍‌-ଓ୍ବାଜିଦ୍‌ ଯୋଡ଼ି ଅନେକ ହିଟ୍‌ ନମ୍ବରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଅଭିନେତା ସଲମାନ ଖାନ୍‌ଙ୍କ ପ୍ରିୟ ସଂଗୀତ ନିର୍ଦ୍ଦେଶକ ଯୋଡ଼ି ତାଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଓ୍ବାଣ୍ଟେଡ୍‌, ଦବଙ୍ଗ, ଏକ୍‌ ଥା ଟାଇଗର ପରି ଏକାଧିକ ହିଟ୍‌ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। କିଛି ଫିଲ୍ମରେ ଗୀତ ମଧ୍ୟ ଲେଖିଛନ୍ତି ଓ୍ବାଜିଦ୍‌ ଖାନ୍‌। ଓ୍ବାଜିଦଙ୍କ ପରଲୋକରେ ପୂରା ବଲିଉଡରେ ଶୋକର ଛାୟା ଖେଳିଯାଇଛି।

 

Latest Posts

Don't Miss