ସଠିକ ସମୟରେ ଗୁଳି ବାହାରିଥିଲେ, ମୁଶାରଫଙ୍କ ମୃତ୍ୟୁକୁ ୨୪ ବର୍ଷ ପୁରିଥାନ୍ତା…
ନନ୍ଦିଘୋଷ ବ୍ୟୁରୋ: ମେଡିକାଲରେ ଦୀର୍ଘ ଦିନର ସଂଘର୍ଷ ଲଢି ଶେଷରେ ଆଖି ବୁଜିଛନ୍ତି ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ପରଭେଜ ମୁଶାରଫ । ଯଦି ସେଦିନ ଭାରତୀୟ ବାୟୁସେନାରୁ ଗୁଳି ବାହାରିନଥାନ୍ତା, ତେବେ ମୁଶାରଫଙ୍କ ମୃତ୍ୟୁକୁ ୨୪ ବର୍ଷ ପୁରନ୍ତାଣି । ବହୁ ଆଗରୁ ମରିସାରନ୍ତେଣି ପରଭେଜ ମୁଶାରଫ । ଭାରତ ହାତରେ ଯାଇଥାନ୍ତା ଜୀବନ । କେବଳ ଦଇବର ସଂଯୋଗ ପାଇଁ ସେଦିନ ଜୀବନ ଫେରିପାଇଥିଲେ ପରଭେଜ । ଏକ ଅକୁହା କାହାଣୀ । ଯାହାର ଦସ୍ତାବିଜ କେବଳ ଭାରତୀୟ ସେନା ପାଖରେ ।
ଚରମସୀମାରେ କାର୍ଗିଲ ଯୁଦ୍ଧ । ଗୋଳା ବାରୁଦ ବର୍ଷଣର ଶବ୍ଦ କାନକୁ ଅଥୟ କରୁଥିଲା । ପାକିସ୍ତାନ ଆର୍ମି ଚିଫ୍ ପରଭେଜ ମୁଶାରଫ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏଲଓସି ନିକଟସ୍ଥ ଗୁଲଟରୀ ସେନା କ୍ୟାମ୍ପରେ ଥାଆନ୍ତି । ଆଉ ସେହିଦିନ ହିଁ ଏଲଓସି ଉପରେ ପଇଁନ୍ତରା ମାରୁଥାଏ ଭାରତୀୟ ଲଢୁଆ ବିମାନ ଜାଗୁଆର । ଦୁଇଟି ବିମାନ ନେଇଥାଏ ଦାୟିତ୍ୱ । ସେହିଦିନ ହିଁ ପାକିସ୍ତାନ ଉପରେ ବମ୍ ଟାର୍ଗେଟ କରିଥାନ୍ତା ଫାଇଟର ଜେଟ୍ ।
୨୪ ଜୁନ୍ ୧୯୯୯ ମସିହା । ଏଲଓସିର ଗୁଲଟାରୀରେ ହିଁ ଭାରତୀୟ ବାୟୁସେନା ବୋମା ବର୍ଷଣ କରିବାକୁ ନିଷ୍ପତ୍ତି ନେଇସାରିଥାଏ । ସେଥିପାଇଁ ଦୁଇଟି ଜାଗୁଆର ବମ୍ ଭର୍ତ୍ତି କରି ବାହାରି ସାରିଥାଏ । ଠିକ୍ ଫାଇଟର ଜେଟ ଟାର୍ଗେଟ ଫିଲଅପ୍ କରିବା ବେଳକୁ ଲେଜର ବାସ୍କେଟରୁ ବାହାରକୁ ବାହାରି ଯାଇଥିଲା ବମ । ଯାହା ଫଳରେ ସଠିକ ସ୍ଥାନରେ ପଡି ପାରିନଥିଲା ବମ । ଆଉ ଯଦି ସେଦିନ ସେହି ଟାର୍ଗେଟ ପ୍ଲେସରେ ଭାରତୀୟ ବାୟୁସେନା ବମ ପକାଇଥାନ୍ତା । ତେବେ ପାକିସ୍ତାନ ହରାଇଥାଆନ୍ତା ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟ ।
ସତ ମାନିଥିଲା ପାକିସ୍ତାନ
ଯେଉଁ ସ୍ଥାନକୁ ଭାରତୀୟ ବାୟୁସେନା ଟାର୍ଗେଟ ସେଟ୍ କରିଥିଲା । ସେଦିନ ସେହି ସ୍ଥାନଦରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏବଂ ସେନାମୁଖ୍ୟ ପରଭେଜ ମୁଶାରଫ ଉପସ୍ଥିତ ରହିଥିଲେ । ଏହି ଘଟଣାର ସତ୍ୟତା ପରବର୍ତ୍ତୀ ସମୟରେ ଖୁଲାସା ହୋଇଥିଲା । ଯେତେବେଳେ ପାଇଲଟ ଟାର୍ଗେଟ ସେଟ କରିଥିଲେ, ସେତେବେଳେ ଉକ୍ତ ପାଇଲଟଙ୍କୁ ଜଣା ନଥିଲା ଯେ ସେ ସ୍ଥାନରେ ପରଭେଜ ମୁଶାରଫ ଏବଂ ନୱାଜ ସରିଫ ଉପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ୨୫ ଜୁନ ୧୯୯୯ ରେ ନୱାଜ ସରିଫ ଗୁଲଟେରୀରେ ରହିଥିଲେ । ଯେଉଁଠି ପାକିସ୍ତାନ ସେନାକୁ ସମ୍ବୋଧିତ କରୁଥଲେ ଏବଂ ଭାରତ ସହ ଯୁଦ୍ଧ ସ୍ଥିତିକୁ ସମାପ୍ତ କରିବାକୁ ଅପିଲ କରୁଥିବା ପାକିସ୍ତାନ ମିଡିଆରେ ପ୍ରକାଶିତ ହୋଇଥିଲା ।
୧୯୬୫ ଓ ୧୯୭୧ ଦୁଇଟି ଯାକ ଯୁଦ୍ଧରେ ପାକିସ୍ତାନର ସେନା କମାଣ ସମ୍ଭାଳୁଥିଲେ ମୁଶାରଫ । ଦୁଇଟି ଯାକ ଯୁଦ୍ଧରେ ମାଟି କାମୁଡି ତଳେ ପଡିଥିଲା ପାକିସ୍ତାନ । ପ୍ରତିଶୋଧ ପରାୟଣ ମୁଶାରଫ ରାଗରେ ଜଳୁଥିଲେ । ଶେଷରେ ୧୯୯୯ ରେ ବି ମୁାଫ ରଚିଥିଲେ ଯୁଦ୍ଧ ଷଡ଼ଯନ୍ତ୍ର । ନୱାଜ ସରିଫକୁ ମୋହରା ସଜାଇ ଯୁଦ୍ଧ ଲଢୁଥିଲେ ମୁଶାରଫ । ପ୍ରତିଶୋଧର ଯୁଦ୍ଧ ବି ପାଣି ଫାଟିଥିଲେ । ଭାରତୀୟ ସେନାର ସାହସିକତା ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ ।