ଶାବଳରେ ପିଟିପିଟି ମହିଳାଙ୍କୁ ମାରିଦେଲେ ପଡୋଶୀ

1 min read

ନନ୍ଦିଘୋଷ ବ୍ୟୁରୋ: ଜମିବାଡ଼ି ବିବାଦରୁ ନିର୍ମମ ହତ୍ଯା। ଶାବଳରେ ପିଟିପିଟି ମହିଳାଙ୍କୁ ମାରିଦେଲେ ପଡୋଶୀ l କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଘଟିଛି ବୀଭତ୍ସ ହତ୍ଯା । ମୃତକ ୫୨ ବର୍ଷୀୟା ସୁଶୀଳା ନାୟକ l ଅଭିଯୋଗ ଅନୁସାରେ, ସୁଶୀଳା ନାୟକଙ୍କ ଜମିରେ ପଡୋଶୀ ସୁନାକର ନାୟକଙ୍କ ପରିବାର ଏକ ପାଇଖାନା ନିର୍ମାଣ କରିଥିଲେ l ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା l ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ ପାଇଁ ପହଞ୍ଚିଥିଲେ l କିଛି ସାକ୍ଷୀଙ୍କୁ ଆଣିବାକୁ ପୋଲିସ ଦୁଇ ପରିବାରଙ୍କୁ କହିଥିଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଁଞ୍ଚିବା ପରେ  ପଡୋଶୀ ରକ୍ତମୁଖା ହୋଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକଙ୍କ ଆକ୍ରମଣରେ ସୁଶୀଳା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁଶୀଳାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।