ପୁଣିଥରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣିଥରେ ମିଳିଲା ହତ୍ୟା ଧମକ । ଘରେ ପଶି ହତ୍ୟା କରିବାକୁ ମିଳିଲା ହତ୍ୟା ଧମକ । ଏକ ହ୍ବାଟ୍ସଆପରୁ ତାଙ୍କ ପାଖକୁ ଏଭଳି ଏକ ମେସେଜ ଆସିଛି । କେହି ଜଣେ ଅଜଣା ବ୍ୟକ୍ତି ଏଭଳି ଧମକପୂର୍ଣ୍ଣ ମେସେଜ ପଠାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ସଲମାନ ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସଲମାନଙ୍କୁ ଏଭଳି ଧମକ ମିଳିବା କିଛି ନୂଆ ନୁହେଁ । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ଅନେକଥରଙ୍କ ଗ୍ୟାଙ୍ଗ ଏଭଳି ଧମକ ଦେଇଛନ୍ତି ।

ତେବେ ୨୦୨୪ ମସିହାରେ ସଲମାନଙ୍କ ପରିବାରକୁ ବଡ଼ ଝଟକା ଲାଗିଥିଲା । କାରଣ ସଲମାନ ଖାନ ରହୁଥିବା ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚାଳନା ହୋଇଥିଲା । ସକାଳ ୫ଟା ସମୟରେ ଏଭଳି ଗୁଳି ଚାଳନା କରାଯାଇଥିଲା । ୫ ରାଉଣ୍ଡ ଗୁଳି ଚଳାଯାଇଥିବାବେଳେ କାହାର କୌଣସି କ୍ଷତି ହୋଇନଥିଲା । ସେପଟେ ଗୋଟିଏ ଅଫୁଟା ଗୁଳି ପଡ଼ି ରହିଥିଲା । ଲରେନ୍ସର ସାନ ଭାଇ ପରେ ଏକ ଫେସବୁକ ପୋଷ୍ଟ କରିଥିଲା । ଆଉ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସେପଟେ ସିକନ୍ଦର ଫିଲ୍ମର ପ୍ରମୋସନ ବେଳେ ଏଭଳି ଧମକକୁ ନେଇ ସଲମାନ କହିଥିଲେ କି, ଭଗବାନ ଏବଂ ଆଲ୍ଲା ଯାହା ଚାହିଁବେ ସେୟା ହେବ ।