କିନ୍ନର ପୂଜକ ଶଙ୍କର ରାନ୍ଧିଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: କିନ୍ନର ପୂଜକଙ୍କୁ ପିଟିପିଟି ହତ୍ୟା । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା କାକି ଗାଁରେ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି । ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ ସଞ୍ଜିତ ରାନ୍ଧି। ଏନେଇ ସୁନାବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ରାତିରେ ଦେବ ଗୁଡ଼ିଆ ଓ ଲକ୍ଷ୍ମୀଧର ନାୟକ ତାଙ୍କୁ ମନ୍ଦିର ଭିତରୁ ଟାଣି ନେଇ ହତ୍ୟା କରି ଘର ଦାଣ୍ଡରେ ଫିଙ୍ଗି ଚାଲିଯାଇଥିଲେ । ତାଙ୍କୁ ତୁରନ୍ତ ସୁନାବେଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ  ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ତେବେ ଏଭଳି ଘଟଣା ସୁନାବେଡ଼ା ଓ ସିମିଳିଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।