ପଞ୍ଚାୟତ ନିର୍ବାଚନ: ମତଦାନ ପୂର୍ବରୁ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ, ଅନ୍ୟ ଜଣଙ୍କୁ ହତ୍ୟା ଧମକ

ଢେଙ୍କାନାଳ/ଜଗତସିଂହପୁର : ଆସନ୍ତା ୧୬ତାରିଖରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହାର ପୂର୍ବରୁ ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ାପଡ଼ା ବ୍ଲକ ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକ ।

ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡାଡିଆଁ ଛକରେ ୫ଜଣ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ସେ ଘୋଡାଡିଆଁ ଛକ ଦେଇ ଯାଉଥିବା ସମୟରେ ହଠାତ ଏହି ଯୁବକମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରିଛନ୍ତି । ଏଣୁ ତାଙ୍କ ଗୋଡ଼ରେ ଓ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସା ନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ନିକଟରେ ଥିବା ୧ ଲକ୍ଷ ୫ ହଜାର ଟଙ୍କା ଛଡ଼ାଇ ନେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ଧମକ ଧମକ ଦିଆଯାଇଥିବା ବେଳେ ଆଜି ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ ପ୍ରାର୍ଥୀ ଶ୍ରୀ ବାରିକ୍ ।

ଅନ୍ୟପକ୍ଷରେ ଜଗତସିଂହପୁର ସରପଞ୍ଚ ପ୍ରାର୍ଥିନୀଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଭୋଟ ପ୍ରଚାର କଲେ ଗୁଳି ଖାଇବ ବୋଲି କହି, ଗାଁର ଜଣେ ଯୁବକ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାର୍ଥିନୀ ନିବେଦିତା ମଲିକ । ଯୁବକ ରବୀନ୍ଦ୍ର ରାଉଳଙ୍କ ନାମରେ ମାମଲା ରୁଜୁ ହୋଇଛି । ପ୍ରାର୍ଥିନୀଙ୍କୁ ଅଶାଳୀନ ଭାଷା ଓ ହତ୍ୟା ଧମକ ଦେବା ଦେଇଥିବାରୁ ତୁଳଙ୍ଗରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ନିଜର ଭୋଟ ପ୍ରଚାର ସମୟରେ ଧମକ ମିଳିଲା ।

Leave a Reply