ସିମୁଳିଆରେ ଜମି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ,ଜଣେ ମୃତ

1 min read

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରୋଦା ପଞ୍ଚାୟତ ବିଷ୍ଣୁପୁର ଗାଁର ବଡ଼ ଭାଇ ଭୁଜାଲି ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି  । କିଛି ଦିନ ଧରି ଜମିବାଡି ବିବାଦକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା  ।

ଆଜି ସକାଳେ ଘର କରିବା ଜାଗାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା  । ଏଥିରେ ବଡ ଭାଇ କୈଳାସ ମାଝୀ ସାନ ଭାଇ ସୁରେଶ ମାଝୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ  । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁରେଶକୁ ଭଦ୍ରକ ମେଡିକାଲକୁ ନେଇଥିଲେ  । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶର ମୃତ୍ୟୁ ହୋଇଛି  । ')}

Leave a Reply